ଆଇସିଡ଼ିଏସର ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ(ହରପ୍ରସାଦ ବିଷୋୟୀ)-କୁକୁଡାଖଣ୍ଡି ଆଇସିଡ଼ିଏସ ର ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । କୁକୁଡାଖଣ୍ଡି ଆଇସିଡ଼ିଏସ ଅଧୀନରେ ଥିବା ଦୁଇଟି ଛତୁଆ ପ୍ରଦାନ କାରି ସଂଗ୍ରାମ ଏସଏଜି ଓ ମା ଅମ୍ବିକା ଏସଏଜି ରେ ଛତୁଆ ପ୍ରସ୍ତୁତି ଓ ପ୍ରଦାନ କିଭଳି ହେଉଥିବା ସହ ତାହାର ନଥିପତ୍ର ଗୁଡିକ ଯାଞ୍ଚ କରିଥିବା ସହ ଶିଶୁ ବିଭାଗର ଅନ୍ୟାନ୍ୟ ଆବଶ୍ୟକୟ ନଥିପତ୍ର ଯାଞ୍ଚ କରିଥିଲେ । କିଛି ଦିନ ତଳେ ଅତିରିକ୍ତ ଜିଲ୍ଲାପାଳ ଲିମା କୁମାରୀ ଖେସ ସଂଗ୍ରାମ ଏସଏଜି ବୁଲି ଦେଖିଥିଲେ ।. ଶୁକ୍ରବାର ଜିଲ୍ଲାପାଳ ବିଡ଼ିଓ ଙ୍କ କାର୍ୟ୍ୟାଳୟ ରେ ଆଇସିଡ଼ିଏସ ର ସମସ୍ତ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ । ଖାଲି ନଥିପତ୍ର ଯାଞ୍ଚ କରିଛନ୍ତି ଅନ୍ୟ କୌଣସି ବିଷୟ ଉପରେ ବୈଠକ ରେ ଆଲୋଚନା ହୋଇନଥିବା କହିଛନ୍ତି । ଏଥିରେ ବିଡ଼ିଓ ଗଦାଧର ପାତ୍ର ଉପସ୍ଥିତ ଥିଲେ ।