ଟୋକିଓ ଅଲମ୍ପିକ : ଫାଇନାଲରେ ସ୍ଥାନ ପାଇ ଆଉଟ୍ ହେଲେ ସୌରଭ ଚୌଧୁରୀ
ଗତକାଲିଠାରୁ ଆରମ୍ଭ ହୋଇଛି କ୍ରୀଡାର ବିଶ୍ଵ ମହାକୁମ୍ଭ ଅଲିମ୍ପିକ। ଉତ୍ତର ପ୍ରଦେଶର ମେରଠର ସୌରଭ ଚୌଧୁରୀଙ୍କୁ ନେଇ ଭାରତର ମଉଳିଲା ଯାଇଛି ।
(ଦିଲ୍ଲୀ) : ଗତକାଲିଠାରୁ ଆରମ୍ଭ ହୋଇଛି କ୍ରୀଡାର ବିଶ୍ଵ ମହାକୁମ୍ଭ ଅଲିମ୍ପିକ। ଉତ୍ତର ପ୍ରଦେଶର ମେରଠର ସୌରଭ ଚୌଧୁରୀଙ୍କୁ ନେଇ ଭାରତର ମଉଳିଲା ଯାଇଛି । ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇ ୧୧ ସଟ୍ ପରେ ସପ୍ତମ ସ୍ଥାନରେ ରହି ୧୦୭ ସ୍କୋର କରି ଆଉଟ୍ ହୋଇଛନ୍ତି।
Tokyo Olympics: Saurabh finishes 7th in final of men's 10m air rifle
Read @ANI Story | https://t.co/mX2hM6rNrT#TokyoOlympics2021 #SaurabhChaudhary #IndiaAtTokyo2020 #Tokyo2020 pic.twitter.com/bSetZmzPxq
— ANI Digital (@ani_digital) July 24, 2021
ସୂଚନାନୁଯାୟୀ , ଭାରତର ସୌରଭ ଚୌଧୁରୀ ଟୋକିଓ ଅଲିମ୍ପିକରେ ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ସୁଟିଂ ଫାଇନାଲରେ ସ୍ଥାନ ପାଇଥିଲେ। ସୌରଭ ୫୮୬ର ସ୍କୋର କରି କ୍ବାଲିଫାଇଙ୍ଗର ଶୀର୍ଷ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗୀତାରେ ୩୬ ଜଣ ସୁଟ୍ରଙ୍କ ଭିତରୁ ୮ ଜଣ ଫାଇନାଲକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ସୌରଭ ଥିଲେ।