ମୁମ୍ବାଇ- ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସ୍ଥିତି ପୂରା ବେହାଲ ହୋଇପଡିଲାଣି । ମୁମ୍ବାଇ ଚେମ୍ବୁର ଅଞ୍ଚଳରେ କାନ୍ଥ ପଡି ୧୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭିକ୍ରୋଲିରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏଭଳି ଘଟଣା ଘଟଇଥିବା ବେଳେ ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କାନ୍ଥ ତଳେ କିଛି ଲୋକ ଫସିରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି । ସୁଚନା ଅନୁସାରେ ଗତ କିଛି ଦିନ ହେଲା ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ରାସ୍ତା ଘାଟ ଏବଂ ଟ୍ରେନ ଟ୍ରାକ୍ ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଏପରିକି ତଳିଆ ଅଂଚଳରେ ପାଣି ଜମି ରହିବା ଯୋଗୁଁ ଲୋକେ ଜଳବନ୍ଦି ଜୀବନ ବିତାଉଛନ୍ତି । ଲଗାଣ ବର୍ଷା ଯୋଗୁଁ ସହରର କିଛି କୋଠା ଏବଂ କାନ୍ଥ ଭୁଷୁଡ଼ି ୧୭ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।