ଗଞ୍ଜାମ/ହରପ୍ରସାଦ ବିଶୋଇ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମେଡିକାଲରେ ଜଣେ ମା ଛୁଆକୁ ଜନ୍ମ ଦେବା ପରେ କୂଆଡେ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ ଶୁକ୍ରବାର ଜଣେ ମହିଳା ଅସହ୍ୟ ଗର୍ବ ଯନ୍ତ୍ରଣାରେ ଖଲ୍ଲିକୋଟ ମେଡିକାଲକୁ ଆସିଥିଲେ । ମହିଳାଙ୍କୁ ନର୍ସ ଓ କର୍ମଚାରୀ ମାନେ ଲେବର ରୁମରେ ଡେଲିଭେରୀ ପାଇଁ ଭର୍ତ୍ତି କରିଥିଲେ । ଉକ୍ତ ମହିଳା ଜଣଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଉକ୍ତ ମହିଳାଙ୍କୁ ମା ଯତ୍ନ ଗୃହରେ ରଖାଯାଇ ଆବଶ୍ୟକିୟ ଚିକିତ୍ସା କରାଯାଇଥିଲା । ଇତି ମଧ୍ୟରେ ମହିଳା ଜଣଙ୍କ ମେଡିକାଲ ଛାଡି ଫେରାର ହୋଇଯାଇଥିବା ଜଣା ପଡିଛି । ତେବେ ଶିଶୁ କନ୍ୟାଟି ସୁସ୍ଥ ଥିବା ବେଳେ ଖଲ୍ଲିକୋଟ ସିଡ଼ିପିଓ ଅଂଶୁପା ସାହୁ ମେଡିକାଲରେ ପଂହଁଚି ଶିଶୁକୁ ଜଣେ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ସହ ବ୍ରହ୍ମପୁର ଚାଇଲଡ ଲାଇନକୁ ପଠାଇଥିବା ଜଣାପଡିଛି ।