ବିଦ୍ୟୁତ ଆଘାତରେ ଦୁଇ ଭାଗ ହୋଇଗଲା ଶରୀର

ଅନୁଗୁଳ(ରିପୋର୍ଟର୍ସ ଟୁଡେ): ଅନୁଗୁଳ ଜିଲ୍ଲ। ତାଳଚେର ବଲଣ୍ଡାଠାରେ ଘଟିଯାଇଚି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ଭୟାନକ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ଇଲେକ୍ଟ୍ରିସିଆନ ଅମର ବେହେରା । ଇଲେକ୍ଟ୍ରି ମେଣ୍ଟେନାନ୍ସ କାମ ଚାଲୁ ରହିଥିବା ବେଳେ ଘଟଣାସ୍ଥଳରେ ବିଦ୍ୟୁତ ଆଘାତ ଲାଗି ତାଙ୍କର ମୃତ୍ୟୁ ଘଟିଛି । ବିଦ୍ୟୁତର ଆଘାତ ଏତେ ଅଧିକ ଥିଲା ଯେ ଅମରଙ୍କର ଶରୀର ଦୁଇ ଭାଗ ହୋଇଯାଇଥିଲା । ତେଣୁ ତାଙ୍କ ମୃତ୍ୟୁ ପାଇଁ ୩୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରିଛନ୍ତି ପରିବାର ଲୋକେ । ଏଥି ସହିତ ପରିବାରର ଜଣଙ୍କୁ ପୁନଃ ନିଯୁକ୍ତି ପାଇଁ ମଧ୍ୟ ଦାବି ହୋଇଛି । ତେବେ ଘଟଣାସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଲୋକଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଛି ।