ବାରାଣାସୀ ରେ ୧୫୦୦ କୋଟିଟଙ୍କା ର ପ୍ରକଳ୍ପକର ଲୋକାର୍ପିତ କରିଛନ୍ତି ମୋଦୀ

ବାରଣାସୀ : ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଆର୍ନ୍ତଜାତିକ ସହଯାଗ ସମ୍ମିଳନୀ କକ୍ଷ ରୁଦ୍ରାକ୍ଷର ଲୋକାର୍ପିତ କରିଛନ୍ତି । ଏହି ରୁଦ୍ରାକ୍ଷ ଭବନରେ ଅର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀ, ପ୍ରଦର୍ଶନୀ, ସଂଗୀତ ସମାରହ ଭଳି କାର୍ଯ୍ୟକ୍ରମ ହୋଇପାରିବ । ଏଥିରେ ୧୨୦୦ ଲୋକ ବିଶିଷ୍ଟ ବସିବାର କ୍ଷମତା ରହିଛି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ଉତ୍ତରପ୍ରଦେଶରେ ପର୍ଯ୍ୟଟନକୁ ବିକାଶ କରିବାର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦.୩୦ ସମୟରେ ବାରାଣାସୀର ବାବତପୁର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ଆନନ୍ଦୀବନ ପଟେଲ, ସିଏମ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଜ୍ୟ ସଭାପତି ଅଧକ୍ଷ ତନ୍ତରଦେବ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ।