ହିଞ୍ଜିଳି (ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ସ୍ଵର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ( ମୁନୁ) ଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକୀରେ ହିଞ୍ଜିଳି ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା , ଥାନା ଅଧିକାରୀ ଅଭିମନ୍ୟୁ ଦାସ , ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ହିଞ୍ଜିଳି ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ହିଞ୍ଜିଳି ବିଜେଡି ନଗର ଯୁବ ସଭାପତି ସଂଜୟ କୁମାର ପଣ୍ଡା, ପୁର୍ବତନ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ପୁର୍ବତନ ଉପାଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳି ବିଜେପିର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର, ପୁର୍ବତନ ଅଧ୍ୟକ୍ଷ ଶିବରାମ ଗୈଡା, ଆସିକା ସଂସଦଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ ଶିବିରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ରକ୍ତ ଅଭାବରୁ ହେଉତିବା ମୃତ୍ୟୁସଂଖ୍ୟାକୁ ରୋକିବା ସହ ସ୍ବର୍ଗତ ପଟ୍ଟନାୟକଙ୍କ ସ୍ମୃତି ଉଦେଶ୍ୟରେ ଆଜି ହିଞ୍ଜିଳିକାଟୁ ପøରାଞ୍ଚଳର ଆରଏମସି ଛକ ଠାରୁ ଉପଖଣ୍ଡ ଚିକିତ୍ସାଳୟ ପର୍ୟ୍ୟନ୍ତ ଏକ ରାସ୍ତାକୁ ପ୍ରିୟଦର୍ଶୀ ମାର୍ଗ ନାମରେ ନାମିତ କରାଯାଇଛି। ପୌର ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ ଏହି ନବନିର୍ମିତ ରାସ୍ତାକୁ ଲୋକାର୍ପିତ କରିଥିଲେ। ପରେ ସ୍ଥାନୀୟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯିବା ସହ ମଧ୍ୟାହ୍ନରେ ଅସହାୟ ମାନଙ୍କୁ ଭୋଜନ ଏବଂ ମାସ୍କ ବିତରଣ କରଯାଇଥିଲା । ବରିଷ୍ଠ ଵିଜେଡି ନେତାଙ୍କ ସମେତ ହିଂଜିଳିର ସମସ୍ତ ଜନ ପ୍ରତିନିଧି , ସାମ୍ବାଦିକ ଏବଂ ବୁଦ୍ଧିଜିବି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।