ଜୁଲାଇ ୧୯ ଯାଏ ଲକଡାଉନ ବୃଦ୍ଧି

ତାମିଲନାଡୁ : ତାମିଲନାଡୁ ସରକାର ଜୁଲାଇ ୧୯ ଯାଏ ଲକଡାଉନ ବୃଦ୍ଧି କରିଛି । ଲକଡାଉନ କୋହଳ କିଛି କୋହଳ ହେବା ନେଇ ଏମକେ ଷ୍ଟାଲିନ ଶନିବାର ଏନେଇ ଘୋଷଣା କରିଛିନ୍ତି । ୫୦ ପ୍ରତିଶତ କ୍ଷମତା ସହ ହୋଟେଲ, ଚା’ ଦୋକାନ, ବେକେରୀ, ରାସ୍ତାକଡ଼ ଉଠା ଦୋକନ, ଜଳଖିଆ ଦୋକନ ଆଦି ରାତି ୯ଟା ପର୍ୟ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଅପରପକ୍ଷରେ ସ୍କୁଲ, କଲେଜ, ସିନେମା ହଲ୍, ମଦ ଦୋକନ, ସ୍ୱିମିଙ୍ଗ୍ ପୁଲ୍ ଏବଂ ଚିଡ଼ିଆଖାନା ଆଦି ପୂର୍ବ ଭଳି ବନ୍ଦ ରହିବ ।