ବନ୍ତଳା– ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଆଜି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ବନ୍ତଳା ବନାଞ୍ଚଳ ତଳଗଡ ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଏକ ଦନ୍ତାହାତୀ ମୃତଦେହ ଆଜି ସକାଳେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ ।ତେବେ ବିଦ୍ୟୁତ ଆଘାତରେ ହାତୀର ପ୍ରାଣ ଯାଇଥିବା ଜଣାପଡିଛି ।ଖବର ପାଇ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ବନ ବିଭାଗର କର୍ମଚାରୀ ମାନେ ରାତିରେ ପେଟ୍ରୋଲିଂ କରୁନଥିବାରୁ ଶିକାରୀ ମାନେ ବିଦ୍ୟୁତ ତାର ବିଛାଇ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ତେବେ ଦନ୍ତାହାତୀର ମୃତଦେହ ସେଠାରେ ପଡିଥିବା ବେଳେ ବନ୍ୟପ୍ରାଣୀ ଡାକ୍ତର ସେଠାରେ ପହଂଚି ହାତୀର ଶବ ବ୍ୟବଚ୍ଛେଦ କରିବେ ବୋଲି ଜଣାପଡିଛି।