ଡେଙ୍ଗୁ ଏକ ଏଣ୍ଡେମୀକ ଡିଜିଜ, ଲୋକମାନଙ୍କୁ ଚିନ୍ତିତ ନହେବାକୁ ପରାମର୍ଶ ଦେଲେ ସିବିକେ ମହାନ୍ତି

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଡେଙ୍ଗୁ ନେଇ ଲୋକଙ୍କୁ ବ୍ୟତିବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ବର୍ତ୍ତମାନ ଏପିଡେମିକ ଡିଜିଜ ର ସଂକ୍ରମଣ କମ୍ ଥିବାରୁ ଏଥିପ୍ରତି ବିପଦ ଆଶଙ୍କା କମ ବୋଲି ଡିଏମକେ ସିବିକେ ମହାନ୍ତି କହିଛନ୍ତି ।
ଖୋର୍ଧା ଜିଲ୍ଲାରେ ୪୧ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଭୁବନେଶ୍ୱରରୁ ୨୯ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସହରର ୬ଟି ଅଞ୍ଚଳରେ ଏବେ ଡେଙ୍ଗୁ କାୟା ମେଲାଇଥିବା ବେଳେ ବିଶେଷକରି ନୀଳାଦ୍ରିବିହାର, ଶୈଳଶ୍ରୀବିହାର ଏବେ ହଟ୍‌ସ୍ପଟ୍‌ ପାଲଟିଛି।