ଚାଷ ପାଇଁ ସାରର ଘୋର ଅଭାବ

କେନ୍ଦ୍ରାପଡା(ରିପୋର୍ଟର୍ସ ଟୁଡେ) : କେନ୍ଦ୍ରାପଡା ଜିଲାରେ ଖରିଫ ଚାଷ ପାଇଁ ସାରର ଅଭାବ ଦେଖାଯାଇଛି । ସରକାରଙ୍କ ସବସିଡି ମାଧ୍ୟମରେ ଯୋଗାଇବାକୁ ଥିବା ସାରର ଘୋର ଅଭାବ ଦେଖାଦେଇଛି କେନ୍ଦ୍ରାପଡା ଜିଲାରେ । ଏଥିପାଇଁ ଚାଷୀଙ୍କୁ ବଜାରରୁ ଅଧିକ ଚଢା ଦରରେ ସାର କିଣିବାକୁ ପଡୁଛି । ଏଥିପାଇଁ ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ଚାଷୀ କହିଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୧.୪୨.୧୬୫ ହେକ୍ଟର ଜମିରୁ ୧,୧୭,୫୫୪ ଜମିରେ ଖରିଫ ଚାଷ ହେଉଛି । ୧୫ ମେଟ୍ରିକ୍ ଟନ୍ ଆବଶ୍ୟକ ବେଳେ ୬ ମେଟ୍ରିକ୍ ଟନ୍ ମିଳିଥିବା ବେଳେ ଚାଷ କାମ ପାଇଁ ବଢୁଥିବା ଖର୍ଚ୍ଚ ଯୋଗୁଁ ଚାଷକାମ ପ୍ରଭାବିତ ହେଉଛି । କରୋନା ସଂକ୍ରମଣ ଅମଳ ଶସ୍ୟର ବିକ୍ରି ସହିତ ଉପଯୁକ୍ତ ମୂଲ୍ୟ ପାଇନପାରିବା ଯୋଗୁଁ ଚାଷୀ ଅଭାବ ଭିତରକୁ ଠେଲି ହୋଇଯାଇଛନ୍ତି । ୟୁରିଆ ଦର ସାଧାରଣରେ ୨୭୦ ଟଙ୍କା ଥିବା ବେଳେ ବଜାରରେ ବସ୍ତା ପିଛା ୪୮୦ ଟଙ୍କା ବ୍ୟବସାୟୀ କହୁଛନ୍ତି । ତେବେ ସାରର ଏପରି ଅଭାବ ଯୋଗୁଁ ତଳିରୁଆ ହୋଇପାରୁ ନାହିଁ ।