ନବରଙ୍ଗପୁର(ରିପୋର୍ଟର୍ସ ଟୁଡେ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡି ଅଧିକାରୀ ସୂବେନ୍ଦୁ କୁମାର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ଫାଣ୍ଡି ନିକଟସ୍ଥ ରାସ୍ତାରେ ଏକ ବାଇକରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ପୋଲିସ୍ । ୨ ଜଣ ସହ ୧୨ କେଜି ଗଞ୍ଜେଇ ଜବତ ହୋଇଛି ସେମାନଙ୍କ ଠାରୁ । ବିଶେଷ ସୂତ୍ରରୁ ଖବର ପାଇ ତୁମ୍ଭର୍ଲା ପୁଲିସ ଫାଣ୍ଡି ନିକଟରେ ଜଗିଥିଲେ ପାପଡାହାଣ୍ଡି ପଟୁ ଆସୁଥିବା ଏକ ନାଲି ରଙ୍ଗ ର ବାଇକ ସନ୍ଦେହ ରେ ଅଟକାଇ ଚେକିଂ କଲାବେଳେ ଅଭିଯୁକ୍ତ ମାନେ ଦଉଡି ପଳାଉଥିବା ବେଲେ, ଫାଣ୍ଡି କର୍ମଚାରୀ ଯଥା ରାମ ହରିଜନ, ପ୍ରଫୁଲ୍ଲ ହରିଜନ, ମଙ୍ଗଳ ଭତରା, ସୁବାସ ସାହୁ ଉକ୍ତ ଦୁଇଜଣକୁ କାବୁ କରିଥିଲେ । ତାଙ୍କ ବାଇକ ରୁ ୧୨କେଜି ଗଞ୍ଜେଇ ଜବତ କରିଥିଲେ। ଉକ୍ତ ଦୁଇଜଣ ଲମତାପୁଟ ଅଂଚଳ ର ଟୀକାପୁର ଗାଁ ର ସୋମନାଥ ଗେମେଲ, ଓ ଗୋପାଳ ସାହୁ, ସେମାନେ କଳାହାଣ୍ଡି କୁ ଗଞ୍ଜେଇ ସ୍ଥାନାଂତର କରୁଥିବା ପୁଲିସ ନିକଟରେ ଫାଣ୍ଡି ଅଧିକାରୀ ସୂବେନ୍ଦୁ ବେହେରା ସୂଚନା ଦେଇଛନ୍ତି ।