ନୂଆଦିଲ୍ଲୀ: ଏବେ ଦେଶରେ ଯେଉଁ ଗତିରେ ଟୀକାକରଣ ଚାଲିଛି, ସରକାର ତୃତୀୟ ଲହରକୁ ରୋକି ପାରିବେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନାର ତୃତୀୟ ୱେଭର ପ୍ରଭାବ ପ୍ରତିହତ କରିବାକୁ ହେଲେ ୬୦% ଲୋକଙ୍କ ଟୀକାକରଣ ଡିସେମ୍ବର ସୁଦ୍ଧା ଶେଷ କରିବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି । ଏହି ଲକ୍ଷ୍ୟ ପୂରଣ କରିବାକୁ ଦେଶରେ ଦୈନିକ ୮.୭ ମିଲିୟନ ଡୋଜର ଟୀକାକରଣ ଜରୁରୀ।
ଭାରତରେ ଟୀକାକରଣ ଜୋରସୋରରେ ଚାଲିଥିବା କୁହାଯାଉଥିଲେ ମଧ୍ୟ ଏହା କେବଳ କାଗଜକଲମରେ ସୀମିତ ସୀମିତ ରହିଛି। ଏକ ସପ୍ତାହ ଧରି ଦେଶରେ ଦୈନିକ ହାରାହାରି ୪ ମିଲିୟନ ଡୋଜର ଟୀକାକରଣ ହେଉଛି। ଅର୍ଥାତ ଧାର୍ୟ୍ୟ ଟାର୍ଗେଟ ଠାରୁ ୪.୭ ମିଲିୟନ ଡୋଜ୍ କମ ଟୀକାକରଣ କରାଯାଉଛି। ରବିବାର ଦିନ କେବଳ ୧.୫ ମିଲିୟନ ଡୋଜ୍ ଟୀକାକରଣ ହୋଇଥିଲା। ଏହା ଟାର୍ଗେଟ ଠାରୁ ୭.୨ ମିଲିୟନ କମ।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କେବଳ ୩୫ କୋଟିରୁ ଅଧିକ ଡୋଜ୍ର ଟିକାକରଣ ହୋଇପାରିଛି। ଏଥିରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ରହିଛି।