ବ୍ଲକ ସ୍ତରରେ ସର୍ବୋଚ୍ଚ ମାର୍କ ରଖିଲେ ଶୁଭାଶିଷ ମହାନ୍ତି
ଚଳିତବର୍ଷ କରୋନା ମହାମାରୀ ହେତୁ ମେଟ୍ରିକ ପରୀକ୍ଷା ହୋଇପାରିନଥିବା ବେଳେ ରାଜ୍ୟ ସରକାର ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲେ । ରାଜ୍ୟରେ ପରୀକ୍ଷା ଫଳକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ପାସ ହାର ବୃଦ୍ଧି ପାଇଛି ।
(ଗଂଜାମ) : ଚଳିତବର୍ଷ କରୋନା ମହାମାରୀ ହେତୁ ମେଟ୍ରିକ ପରୀକ୍ଷା ହୋଇପାରିନଥିବା ବେଳେ ରାଜ୍ୟ ସରକାର ମୂଲ୍ୟାୟନ ପାଇଁ ସ୍ୱତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲେ । ରାଜ୍ୟରେ ପରୀକ୍ଷା ଫଳକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହାରି ମଧ୍ୟରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ପାସ ହାର ବୃଦ୍ଧି ପାଇଛି । A1 ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଥିବା ନଜର ଆସିଛି । ତେବେ ଚଳିତ ବର୍ଷ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ଫଣ୍ଡ ସ୍ମାରକୀ ଉଚ୍ଚ ବିଦ୍ୟାଳୟର ସୁନାମ ଧନ୍ୟ ଛାତ୍ର ଶୁଭାଶିଷ ମହାନ୍ତି ବ୍ଲକ ସ୍ତରରେ ସର୍ବୋଚ୍ଚ ମାର୍କ ୫୬୪ ରଖି ପ୍ରଶଂସନୀୟ ହୋଇଛନ୍ତି ।
ଏନେଇ ଶୁଭାଶିଷ କହିଛନ୍ତି ଯେ , ” ମୋର ସଫଳତା କେବଳ ବାପା (ଅଧ୍ୟାପକ ରାମ ଚନ୍ଦ୍ର ମହାନ୍ତି ) ଓ ମାତା (ଶିକ୍ଷୟତ୍ରୀ ମଞ୍ଜରୀ ନାୟକ)ଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି । ” । ଶୁଭାଶିଷର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରଙ୍କୁ ଉତ୍ସାହ ଯୋଗାଇବା ସହ ଚଲାପଥ କୁସୁମିତ ଏହା ଆମର କାମନା ।