ଭଞ୍ଜନଗର– ପୁଣି ଗଞ୍ଜାମ ଜିଲ୍ଲାରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଗାଁକୁ ଖଣ୍ଡିଏ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ପ୍ରସୂତୀ ।ଏମିତି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୀାମନ୍ତରେ ଥିବା ବିଲେଢିଅ ଗ୍ରାମରେ । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ବିଲେଇଢ଼ିଅ ଗ୍ରାମର ପ୍ରସୂତୀ ମହିଳା ଗୀତାଞ୍ଜଳି ମଳିକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ, ତାଙ୍କ ସ୍ବାମୀ ଧନଞ୍ଜୟ ମଳିକ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ । ଗାଲେରୀରୁ ୧୦୨ ଆମ୍ବୁଲାନ୍ସ ଯାଇଥିଲା କିନ୍ତୁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ଦୁଇ କି.ମି. ଦୂରରେ ରହିଥିଲା । ତାପରେ ମହିଳାଙ୍କୁ ଖଟିଆରେ ବୋହି ଆଣିବା ବାଟରେ ହିଁ ତାଙ୍କର ଏକ ପୁତ୍ର ସନ୍ତାନ ପ୍ରସବ ହୋଇଥିଲା । ମା’ ଏବଂ ଶିଶୁକୁ ୧୦୨ଆମ୍ବୁଲାନ୍ସରେ ତୁରନ୍ତ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଛି ।