ସାନଖେମୁଣ୍ଡି(ରିପୋର୍ଟର୍ସ ଟୁଡେ): ଗଞ୍ଜାମ ଜିଲ୍ଲା କେ ରାମଚନ୍ଦ୍ରପୁର ଗ୍ରାମରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲାଇନ ତାର ଟଣା ଯାଉଥିବା ବେଳେ ଏହାର ବିରୋଧ କରିବାରୁ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଫଳରେ କାମରେ ବାଧା ସୃଷ୍ଟି ହୋଇଛି । ଆସିକା ଦେଇ ଦିଗପହଣ୍ଡିକୁ ୧୩୨ କେଭି ବିଦ୍ୟୁତ ତାର ଟଣାଯାଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏହି କାମ ପ୍ରାୟ ଶେଷ ପର୍ଯାୟରେ ପହଞ୍ଚିଥିଲା, କିନ୍ତୁ ୪ଟି ସ୍ପାନ କାମ ପାଇଁ ଗ୍ରାମବାସୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟ ହୋଇଛି । ତେବେ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ୨ ଝଊଚଙ, ବିଭିନ୍ନ ଥାନାର ୧୦ ଅଫିସର ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯ୍ଧବ ପୁଣିଥରେ କାମ ଆରମ୍ଭ କରାଯାଇଛି । ଘଟଣାସ୍ଥଳରେ ଙଚଞଉଖ ର ଊଏଗ ଦିଲ୍ଲୀପ କୁମାର ମହାନ୍ତି ତଦାରଖ କରୁଥିବା ବେଳେ ପୋଲିସ ତୀକ୍ଷ୍ଣ ନଜର ରଖିଛି ।
ଆସିକା ଦିଗପହଣ୍ଡି ଭଳି ପ୍ରମୁଖ ସହରାଞ୍ଚଳ ଗଜପତି ଜିଲ୍ଲାର ଅନେକ ବ୍ଲକକୁ ନିରବଚ୍ଛିିନ୍ନ ବିଦ୍ୟୁତ ସରବରାହ ଯୋଗାଇଦେବାକୁ ପ୍ରାୟ ୨୫ କୋଟି ଟଙ୍କାର ବ୍ୟୟବରାଦରେ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ତେଣୁ ଲୋକଙ୍କ ସୁବିଧାକୁ ନଜରରେ ରଖି ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।