ହିଞ୍ଜିଳି(ରଜନୀକାନ୍ତ ପାତ୍ର): ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡ଼ାର ଏକ ମେଡ଼ିସିନ ଦୋକାନରେ ଚୋରୀ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ ହିଞ୍ଜିଳି ଥାନାରେ କେସ ନଂ ୩୧୧/୨୧ ମାମଲା ରୁଜୁ କରି ଗିରଫ କରାଯାଇଛି। ଅଭିଯୁକ୍ତ ସାନ୍ତୋଷ ପ୍ରଧାନ ଏବଂ ପ୍ରକାଶ ପ୍ରଧାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ନଗଦ ୧୭ ହଜାର ଟଙ୍କା ଉଦ୍ଧାର କରିଛି ହିଞ୍ଜିଳି ଥାନା ପୋଲିସ । ଏ ନେଇ ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।