ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଖଜୁରିୟା ବନ୍ଧ ଉପରେ ଏକ ମୁଣ୍ଡ ଖପୁରୀ ଓ ହାଡ଼ ପଢିଥିବାର ଦେଖିବାକୁ ମିଳିଛି। ଖବର ପାଇ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଖପୁରି ଓ ହାଡ଼କୁ ଜବତ କରିବା ସହ 5/21ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଥିସହିତ ଏହାକୁ ଫରେନ୍ସିକ ଲ୍ୟାବ ପଠାଇ ଅଧିକ ତଦନ୍ତ ଜାରି ରଖିଛି।