ଅନୁଗୋଳ(ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ଆନୁକୂଲ୍ୟରେ ଗଡଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ଆଜନ୍ମ ବିପ୍ଲବୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ତାଳଚେର ପବିତ୍ର ମୋହନ ଛକ ନିକଟରେ ଥିବା ପବିତ୍ର ପ୍ରଧାନଙ୍କ ପ୍ରତିମର୍ତ୍ତିରେ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ପକ୍ଷରୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଲୋକସଭାର ଜନବତ୍ସଳ ସାଂସଦ ମହେଶ ସାହୁ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଂଗ୍ରାମୀ ପବିତ୍ର ବାବୁଙ୍କ ଆଦର୍ଶ ଅନୁପ୍ରାଣିତ ବ୍ୟକ୍ତି ସର୍ବଦା ସଫଳତାର ସ୍ୱାଦ ଚାଖିଥାଏ ବୋଲି କହିଛନ୍ତି ଶ୍ରୀ ସାହୁ । ଅନ୍ୟତମ ଅତିଥି ଭାବେ ଗବେଷକ ଡ଼.ମହେଶ୍ବର ପ୍ରଧାନ ତାଙ୍କର ସ୍ମୃତିଚାରଣ କରଥିଲେ।
ସଂଗଠନର ସଭାପତି ଇଁ ରମେଶ ଚନ୍ଦ୍ର ବେହେରା,ବରିଷ୍ଠ ବିଜେଡି ନେତା ତଥା ସମାଜ ସେବୀ ବାନାମ୍ବର ଭୁତିଆଙ୍କ ସମେତ ମନୋଜ ମହାପାତ୍ର, ଭାଗ୍ୟରଥୀ ମହାପାତ୍ର,ବିଚିତ୍ରା ଦାସ, ବାବୁନି ସ୍ୱାଇଁ, ସୌଭାଗ୍ୟ ମହାରଣା, ତପନ ମହାରଣା, ଜିତେନ୍ଦ୍ର ମହାପାତ୍ର, ବରିଷ୍ଠ ଓକିଲ ହରେକୃଷ୍ଣ ପାତ୍ର ପ୍ରମୁଖ ସଭାରେ ଯୋଗ ଦେଇଥିଲେ। ସେହିପରି ସରକାରୀ ଦକ୍ଷ ଯୁବ ଆଇନଜୀନୀ ନିର୍ମଳ ତ୍ରିପାଠୀ, ରାଜୀବ ରାଉତ, ନିର୍ମଳ ସାହୁ, ପ୍ରକାଶ ସାହୁ, ଶ୍ରମିକନେତା ସୁବାଷ ପ୍ରଧାନ ଓ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନର ସଦସ୍ୟ ମାନେ ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଥିଲେ।
ତାଳଚେର ନଗର ପକ୍ଷରୁ ଏହି କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଇଂ ମନୋଜ ପ୍ରଧାନ, ପୂର୍ବତନ ନଗରପାଳ କେଶବ ଭୁତିଆ,ରୋହିତ ବେହେରା, ବିଜେଡି ସଂଗଠନ ସଭାପତି, କର୍ମକର୍ତା ଓ ସମର୍ଥକ ମାନେ ଯୋଗଦାନ କରି ସ୍ବର୍ଗତ ପ୍ରଧାନଙ୍କ ୩୪ତମ ତିରୋଧାନ ଦିବସ ପାଳନ କରିଥିଲେ ।