ପୋଲିସ ଭ୍ୟାନ ଧକ୍କାରେ ଜଣେ ଗୁରୁତର

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ପୋଲିସ ପିସିଆର ଗାଡି ଧକ୍କାରେ ଶନିବାର ଜୈନେକ ସ୍କୁଟି ଚାଳକ ଗୁରୁତର ହୋଇଥିବା ଜଣାପଡିଛି ।ଗୁରୁତର ଜଣଙ୍କ ବଡ଼ଗୁଣ୍ଡରୀ ପଞ୍ଚାୟତ ଯୋରାଡଙ୍ଗା ଗାଁର ରାମଚନ୍ଦ୍ର ସାହୁ (୫0) ବୋଲି ଜଣାପଡିଛି। ରାମଚନ୍ଦ୍ର ନଜି ସ୍କୁଟି ସାହାଯ୍ୟରେ ଘରୁ କଣିହାଁ ଏନଟିପିସି ଅଭିମୁଖେ ଆସୁଥିବା ବେଳେ କଣିହାଁ ଗ୍ରାମରେ ପୋଲିସ ପିସିଆର ଗାଡି ଧକ୍କା ଦେଇଥିଲା । ଫଳରେ ଗୁରୁତରଙ୍କୁ ପ୍ରଥମେ କଣିହାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଆମ୍ବୁଲାନ୍ସ ମାଧ୍ୟମରେ ଏନଟିପିସି ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ବାମ ହାତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି ।