ପୋଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ହିଞ୍ଜିଳି(ରଜନୀକାନ୍ତ ପାତ୍ର): ନାଗା ନାଚ ବନ୍ଦ କରିବାରୁ ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗାରେ । ବଳଙ୍ଗା ଥାନା ପୋଲିସକୁ ନାଗା ନାଚ ବନ୍ଦ କରିବା ପଡ଼ିଛି ମହଙ୍ଗା। ନାଗା ନାଚ କରୁଥିବା ଗ୍ରାମବାସୀ ମାନେ ପୋଲିସକୁ ଆକ୍ରମଣ କରିବା ସହିତ ପୋଲିସ ଗାଡ଼ିକୁ ଗୋଡ଼ାଇ ଗୋଡ଼ାଇ ପିଟି ଭାଙ୍ଗି ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ମହିଳା ଅଫିସରଙ୍କୁ ଠେଲାପେଲା କରିବା ସହିତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ବଳଙ୍ଗା ଥାନା ଅଞ୍ଚଳରୁ ବିଭିନ୍ନ ଗ୍ରାମରେ ନାଗା ନାଚ ହେଇଥିବା ବେଳେ କୋଭିଡ କଟକଣା ସମ୍ପୁର୍ଣ୍ଣ ଭାବରେ ଉଲଂଘନ ହେଉଥିବା ବେଳେ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସୁଚନା ଥାଉକି ବଳଙ୍ଗା ପ୍ରଧାନ ସାହି ଗ୍ରାମରେ ନାଗା ନାଚ ହେଉଥିବା ବେଳେ ଆକ୍ରମଣ ମୂଳକ ଭାବେ ରାତ୍ର ସମୟରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ଧମକ ଦେବା ସହିତ ମାଡ ମାରିଥିଲେ। ତେବେ ପ୍ରଧାନ ସାହି ଗ୍ରାମବାସୀ ଏଥିରେ ଉତ୍ୟକ୍ତ ହୋଇ ପୋଲିସ ଭ୍ୟାନକୁ ପିଟିବା ସହିତ ପୋଲିସି ଉପରକୁ ଢେଲାପଥର ପକାଇ ଥିଲେ। ଏଭଳି ଘଟଣାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରିଛନ୍ତି।