ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ଅପହରଣ ପଛରେ ତାଙ୍କର କୌଣସି ହାତ ନ ଥିବା ଦାବି କରିଛନ୍ତି ମେହୁଲଙ୍କ ବହୁଚର୍ଚ୍ଚିତ ପ୍ରେମିକା ବାରବରା ଜାରାବିକା । ଇଣ୍ଡିଆଟୁଡେକୁ ଏକ ସାକ୍ଷାତକାରରେ ବାରବରା ଆହୁରି କହିଛନ୍ତି, ମେହୁଲ ନିଜକୁ ରାଜ ବୋଲି ତାଙ୍କ ସହ ପରିଚିତ କରିଥିଲେ ଓ ତାଙ୍କ ହୀରା ମୁଦି ଓ ବ୍ରେସଲେଟ ଦେଇଥିଲେ, ଯାହା ନକଲି ଥିବା ପଛରେ ଜଣାପଡିଥିଲା । ଗତ ବର୍ଷ ବାରବରା ଆଣ୍ଟିଗୁଆ ଯାଇଥିବା ବେଳେ ତାଙ୍କର ମେହୁଲଙ୍କ ସହ ଦେଖା ହୋଇଥିଲା ।
ବାରବରା କହିଛନ୍ତି, ମେହୁଲଙ୍କର ମୁଁ ଜଣେ ସାଙ୍ଗ ଥିଲି । ଗତବର୍ଷ ଆଣ୍ଟିଗୁଆ ବୁଲି ଯିବା ସମୟରେ ମେହୁଲଙ୍କ ସହ ତାଙ୍କ ଦେଖା ହୋଇଥିଲା ଓ ମେହୁଲ ନିଜର ନ।।ମ ରାଜ ବୋଲି ବାରବରାଙ୍କୁ କହିଥିଲେ । ଏହା ପରେ ମେହୁଲ ତାଙ୍କର ଜଣେ ବନ୍ଧୁ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ସେ ତାଙ୍କ ସହ ଫ୍ଲଟ କରିବା ସହ ତାଙ୍କୁ ହୀରା ମୁଦି ଓ ବ୍ରେସଲେଟ ଉପହାର ଦେଇଥିଲେ, ଯାହା ନକଲି ଥିଲା । ବାରବରା ଆହୁରି କହିଛନ୍ତି, ମେହୁଲଙ୍କ ଅପହରଣରେ ତାଙ୍କର କୌଣସି ଭୂମିକା ନ।।ହିଁ, କିନ୍ତୁ ମେହୁଲଙ୍କ ଓକିଲ ଓ ତାଙ୍କ ପରିବାର ଲୋକେ ତାଙ୍କ ନାମକୁ ଏହି ଘଟଣାକୁ ଟାଣିଛନ୍ତି । ଏହାକୁ ନେଇ ବାରବରା ଓ ତାଙ୍କ ପରିବାର ବର୍ଗ ଚିନ୍ତାରେ ଥିବା ସେ ଜଣାଇଛନ୍ତି ।
ମେହୁଲ ଆଣ୍ଟିଗୁଅ।। ପୁଲିସକୁ ଚିଠିରେ ଜଣାଇଥିଲେ, ତାଙ୍କୁ ବାରବରା ଜାରାବିକାଙ୍କ ଘରୁ ଅପହରଣ କରି ଡୋମିନିକା ଏକ ବୋଟରେ ନିଆଯାଇଥିଲା । ସେହି ବୋଟରେ ୨ ଜଣ ଭାରତୀୟ ଥିଲେ । ଯାହାକୁ ନେଇ ତାଙ୍କ ନ।।ମରେ ଆଣ୍ଟିଗୁଆ ଓ ବାରବୁଡାକୁ ସ୍ମଗ୍ଲିଂ ଅଭିଯୋଗ ଅଣାଯାଇଥିଲା । ମେହୁଲ ଆହୁରି ଅଭିଯୋଗ କରିଥିଲେ କି, ତାଙ୍କ କର୍ମଚାରୀଙ୍କ ସହ ସହ ବାରବରା ବନ୍ଧୁତ୍ୱ କରିଥିଲେ ଓ ସଂଧ୍ୟ।।ରେ ତାଙ୍କ ସହ ଚାଲିବାକୁ ଯାଇଥିଲେ । ମେହୁଲ ଆହୁରି ଅଭିଯୋଗ କରିଛନ୍ତି କି, ମେ ୨୩ ତାରିଖରେ ବାରବରା ତାଙ୍କୁ ତାଙ୍କ ଘରୁ ଆଣିବାକୁ କହିଥିଲେ । ସେ ପ୍ରାୟ ୫ଟାରେ ସେଠ।।ରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଆଣ୍ଟିଗୁଆ ପୁଲିସର ପରିଚୟ ଦେଇ ୮-୧୦ ଜଣ ଲୋକ ମାଡ ମାରିଥିଲେ । ଏହ।। ପରେ ସେମାନେ ତାଙ୍କ ସେଣ୍ଟ ଜନ ପୁଲିସ ଷ୍ଟେସନକୁ ନେବାକୁ ଆସିଥିବା କହିଥିଲେ । ଏହାକୁ ବିରୋଧ କରି ସେ ତାଙ୍କ ଓକିଲ ସହ କଥା ହେବାକୁ ଚ।।ହିଁବାରୁ ସେମାନେ ତାଙ୍କ ବହୁତ ମାଣିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।