ତିନି ଅସହାୟ ପରିବାରଙ୍କୁ ସହଯୋଗର ହାତ ବଢ଼ାଇଲେ ବିଧାୟିକା

ଗଞ୍ଜାମ(ହର ପ୍ରସାଦ ବିଶୋଇ): ବେଗୁନିଆପଡା ସମନ୍ୱିତ ଶିଶୁବିଭାଗ ଯୋଜନା , ବେଗୁନିଆପଡା ଶିକ୍ଷ୍ୟାବିଭାଗ ପକ୍ଷ ରୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ ଷଣ୍ଢମୂଳ, ଗୁଡ଼ିଆଳି ଓ କୋଦଳା ର ତିନି ଅସହାୟ ପରିବାର ର ଆଠ ଜଣ ଶିଶୁଙ୍କୁ ଗୁରୁକାଲ୍ୟାଣ ପାଣ୍ଠିରୁ ୪0000/-ଚାଳିଶ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି !

ପ୍ରକାଶ ଥାଉ କି ମେ ମାସ ୧୯ ତାରିଖ ରେ ଷଣ୍ଢମୂଳ ର ଏକ ଦମ୍ପତି ରମେଶ ସାହୁ ଓ ମହାଲକ୍ଷ୍ମୀ ସାହୁ ପ୍ରାଣ ହରାଇ ଥିବା ବେଳେ ତାଙ୍କ ର ଦୁଇ ଝିଅ ବାପା ମାଙ୍କୁ ହରାଇ ବେ ସାହାରା ହୋଇଯାଇଥିଲେ, ସେହିପରି କୋଦଳା କରଣ ସାହିର ମୃତ ପଞ୍ଚାନନ ମହାପାତ୍ରଙ୍କ ଅସହାୟ ଚାରି ସନ୍ତାନ ଏବଂ ସୁଦୂର ଦୁବାଇ ରେ ପ୍ରାଣ ହରାଇ ଓଡିଶା ରେ ପହଂଚିଥିବା ଶ୍ରମିକ ମର୍ଦ୍ଦମେଖ ପଞ୍ଚାୟତ ଗୁଡ଼ିଆଳି ଗ୍ରାମର ଗୌରହରୀ ସ୍ବାଇଙ୍କ ଦୁଇ ଶିଶୁ ଅନାଥ ହୋଇଯାଇଛନ୍ତି !ଏମାନଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ | ବିଧାୟିକା ତିନି ପରିବାର ର ଘରକୁ ଯାଇ ସେମାନଙ୍କୁ ଆଶ୍ୱାସନା ଦେବସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି |ଉକ୍ତ ମହତ କାର୍ଯ୍ୟରେ ସହଯୋଗ ର ହାତ ବଢ଼ାଇଥିବା ବିଧାୟିକାଙ୍କୁ ଉକ୍ତ ପରିବାର ସହିତ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ |ଏବଂ ଷଣ୍ଢମୂଳ ଗ୍ରାମର ବାପା ମା ଛେଉଣ୍ଡ ଦୁଇ ଅନାଥ ଶିଶୁଙ୍କୁ ଥଇଥାନ କରାଇବା ପାଇଁ ବିଧାୟିକା, ଚାଇଲଡଲାଇନ ଓ ଶିଶୁମଙ୍ଗଳ ବିଭାଗ କୁ ଅନୁରୋଧ କରିଛନ୍ତି |