ଗଞ୍ଜାମ(ହର ପ୍ରସାଦ ବିଶୋଇ): ସାରା ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି |ଗତ ବର୍ଷ ଠାରୁ ଜାରିରହିଥିବା କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅଧାରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଧତା ଓ ଶୃଙ୍ଖଳିତ ରଣନିତି ସହ ଏହି ଅଭିଯାନ ଅବ୍ୟାହତ ଜାରିରହିଛି |କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି |ଏହି ପରିପ୍ରେକ୍ଷୀରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି କ୍ରମରେ ଗାଁ କୁ ଗାଁ ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନତା କରୁଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ | ବେଗୁନିଆପଡା ବ୍ଲକର ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଓ ଫାସୀ ପଞ୍ଚାୟତ ବିଲିପଡା ଗ୍ରାମକୁ ଗସ୍ତ କରି ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରି କରୋନା ସଚେତନତା କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ | ଏଭଳି ମହାମାରୀ ସମୟରେ ଗାଁ କୁ ଗାଁ ବୁଲି ଲୋକଙ୍କ ପାଖରେ ପଂହଁଚି କରୋନା ସଚେତନତା କରିବା ଓ ମାସ୍କ ବଣ୍ଟନ କରିବା ସାଧାରଣରେ ପ୍ରଶଂସା ସାଉଁଟିଛି |

ଏହି କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ବିଜୁ ଶ୍ରମିକ ସାମୁଖ୍ୟର ଉପ ସଭାପତି ବିଜୟ କୁମାର ନାୟକଙ୍କ ସମେତ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ |