ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ଏକାମ୍ର ଯୋଜନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ପାଇଁ ୱାର୍କ ଡିପାର୍ଟମେଣ୍ଟ ଅଧୀନରେ ଭୁବନେଶ୍ୱରର ଓଲଡ ଟାଉନରେ ଥିବା ଏକାମ୍ରକ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ଏକାମ୍ର ପ୍ଲ।।ନ ନାମରେ । ଏହି ପ୍ଲାନ ଅନ୍ତର୍ଗତ ଲିଙ୍ଗରାଜ ସନ୍ନିକଟ ୮୦ ଏକର ଜମିକୁ ଯୋଜନା ଅଧୀନରେ ଚିହ୍ନଟ କରାଯାଇଛି । ଏହି ଚିହ୍ନଟ ଯାଗାରେ ବହୁ ପୁରାତନ ସ୍ମାରକୀ, ପୁରାତନା କଳା ସ୍ଥାପତ୍ୟ, ପବିତ୍ର ଜଳାଶୟ ରହିଛି, ଯେଉଁଥିରେ ବିନ୍ଦୁ ସାଗର ମଧ୍ୟ ଆସୁଛି । ଏହି କ୍ଷେତ୍ରର ବିସ୍ତୃତ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ସ୍ମାରକୀ ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ହସ୍ତକ୍ଷେପ ଅନ୍ତର୍ଭୁକ୍ତ ହେବ ।
ଏହି ଯୋଜନାର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଯୋଜନା ପରାମର୍ଶଦାତା କମିଟି (ପିଏସି) ଗଠନ ହୋଇଛି । ଏଥିରେ ଅଧ୍ୟକ୍ଷ ସନ୍ତୃପ୍ତ ମିଶ୍ର ରହିଛନ୍ତି ।