ବିଶ୍ଵ ପରିବେଶ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସଙ୍କ କଳାକୃତି, ଜନତାଙ୍କୁ ଦେଲେ ସ୍ଵତନ୍ତ୍ର ବାର୍ତ୍ତା

ପୁରୀ:  ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। Ecosystem Restoration କୁ ଗୁରୁତ୍ୱ ଦେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ଏହି ବାଲୁକା କଳା ନିର୍ମାଣ କରିଛନ୍ତି।  ବାଲୁକା କଳାରେ ସେ ବୃକ୍ଷ ରୋପଣ କରିବାର ଦୃଶ୍ୟ ଦେଖାଇବା ସହିତ ଧରିତ୍ରୀ ମାତା କିପରି ସବୁଜିମାରେ ଭରପୂର ହୋଇ ପରିବେଶ ଅତ୍ୟନ୍ତ ସରସ ସୁନ୍ଦର ଏବଂ ମନୋଲୋଭା ହେବାର ଦୃଶ୍ୟକୁ ସେ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳାଟି ୨୦ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି। ଏଥିରେ ସେ “World Environment Day”ର ବାର୍ତ୍ତା ଦେଇଛନ୍ତି।