ନୂଆଦିଲ୍ଲୀ: ଦେଶରେ କରୋନାର ସଂଗୀନ ସ୍ଥିତିକୁ ନେଇ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି ଅନୁପମ ଖେର । ଅନୁପମ ମୋଦିଙ୍କ ପ୍ରଶଂସକ ଭାବେ ଜଣାଶୁଣା । କିନ୍ତୁ କରୋନା ସ୍ଥିତିକୁ ନେଇ ଅନୁପମ ମୋଦିଙ୍କ କାର୍ଯ୍ୟଧାରାକୁ କରୁଛନ୍ତି ସମାଲୋଚନା । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଅନୁପମ କହିଛନ୍ତି, ସର୍ବଦା ନିଜର ଛବି ରକ୍ଷା କରିବା ଅନୁଚିତ । ଛବି ରକ୍ଷା ଠାରୁ ଜରୁରୀ ହେଉଛି ଜୀବନ ରକ୍ଷା । ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଛି ଭୁଲ । ତେବେ ଏହାକୁ ନେଇ ବିରୋଧୀ ରାଜନୀତି ନ କରିବାକୁ ସେ କହିଛନ୍ତି ।
ସାକ୍ଷାତକାରରେ ଅନୁପମ କହିଛନ୍ତି, ଜନତା ସରକାର ଗଠନ କରିଛି । ତେଣୁ ସେମାନଙ୍କ ସୁରକ୍ଷାର ଦାୟିତ୍ୱ ସରକାରର । କିନ୍ତୁ ମୋଦି ନିଜ ଛବି ବିଶ୍ୱ ବଜାରରେ ରକ୍ଷା କରିବା ପାଇଁ ଦେଶବାସୀଙ୍କୁ ଟୀକା ନ ଦେବା ବଦଳରେ ବାହାର ଦେଶକୁ ଟୀକା ଯେ।।ଗାଣ କରିଥିଲେ । ଫଳରେ ଦେଶରେ କରୋନା ଟୀକାକରଣ ବ୍ୟାହତ ହୋଇଛି । ଟୀକାର ଅଭାବ ଦେଖା ଦେଇଛି । ଅନ୍ୟପଟେ ଅକ୍ସିଜେନ ଅଭାବରୁ ଦେଶରେ ହଜାର ହଜାର ଲୋକଙ୍କ ଦୈନିକ ମୃତ୍ୟୁ ହେଉଛି । ସେହିପରି କରୋନା ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ମଧ୍ୟ ଅଭାବ ରହିଛି ।
ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଅନୁପମ ବ୍ୟଥିତ ହୋଇଛନ୍ତି । ତେଣୁ ମୋଦି ତଥା କେନ୍ଦ୍ର ସରକାରକୁ ସମାଲୋଚନା କରିବାକୁ ଅନୁପମ ପଛାଇ ନାହାନ୍ତି ।