ବଡ଼ଭାଇକୁ ହତ୍ୟା ସନ୍ଦେହରେ ସାନଭାଇକୁ ଅଟକ ରଖିଲା ପୋଲିସ

ବଲାଙ୍ଗୀର ଜିଲ୍ଲା ସଦରଥାନା ଚନ୍ଦନଭାଟି ଫାଣ୍ଡି ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁ ପାହାଡରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ

(ବଲାଙ୍ଗୀରି) : ବଲାଙ୍ଗୀର ଜିଲ୍ଲା ସଦରଥାନା ଚନ୍ଦନଭାଟି ଫାଣ୍ଡି ଅନ୍ତର୍ଗତ ଭାଲୁଡୁଙ୍ଗୁରୀ ଗାଁ ପାହାଡରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତକ ଜଣକ ସଦରଥାନା ଅନ୍ତର୍ଗତ କୁସମେଲ ଗାଁର ଧୁବଲ କରଚୁଲଙ୍କ ପୁଅ ଚନ୍ଦ୍ରଶେଖର କରଚୁଲ୍ । ତେବେ ସ୍ଥାନୀୟଲୋକେ ଆଜି ସକାଳେ ମୃତ ଦେହଟିକୁ ଦେଖି ସ୍ଥାନୀୟ ପୋଲିସ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଚନ୍ଦନଭାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଜବତ କରିଛି ।
ସୂଚନାନୁଯାୟୀ , ଗତ ୫ ତାରିଖ ଠାରୁ ମୃତକଙ୍କ ପତ୍ତା ମିଳୁନଥିବା ବେଳେ ପୂର୍ବରୁ ଜମିବାଡିକୁ ନେଇ ସାନ ଭାଇ ସହ ଗଣ୍ଡଗୋଳ ଘଟିଥିବା ନେଇ ପରିବାର ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ବଡଭାଇ କୁ ହତ୍ୟା କରିଥିବା ସନ୍ଦେହରେ ସଦର ପୋଲିସ ମୃତ ଚନ୍ଦ୍ରଶେଖର କରଚୁଲ୍ ଙ୍କ ସାନଭାଇ ନିରୋଜ କରଚୁଲକୁ ଥାନାରେ ଅଟକ ରଖିଛି ।