ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କ୍ୟାବିନେଟ ପାହ୍ୟା ଦେବା ସହ ତାଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିବା ପରେ ଏହା ବିରୋଧରେ ଜଣେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଆବେଦନ ଉପରେ ସୁପ୍ରିମ କୋର୍ଟ ପଞ୍ଜାବ ସରକାରକୁ ସମନ କରି ଜବାବ ତଲବ କରିଛନ୍ତି ।
ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ପୂର୍ବରୁ ଏହି ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ହେମନ୍ତ ଗୁପ୍ତା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ପ୍ରଶାନ୍ତ କିଶୋର ବିଭିନ୍ନ ରାଜନୀତିକ ଦଳ ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ତାଙ୍କୁ କ୍ୟାବିନେଟ ପାହ୍ୟା ଦେବାର କାରଣ କଣ ।
ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବାଲଟେଜ ସିଂ ସିଦ୍ଧୁ କୋର୍ଟରେ କହିଛନ୍ତି ଯେ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିବା ମଧ୍ୟ ଲୋକଙ୍କ ଟିକସରେ କ୍ୟାବିନେଟ ମନ୍ତ୍ରୀ ପଦରେ ରହିବା ଠିକ୍ ନୁହେଁ। ଆବେଦନକାରୀ କହିଛନ୍ତି ଯେ ପ୍ରଶାନ୍ତ କିଶୋର ୨୦୧୭ରେ ପଞ୍ଜାବ କଂଗ୍ରେସ ପାଇଁ ନିର୍ବାଚନ ରଣନୀତି ଭାବରେ କାମ କରିଥିଲେ। ନିଯୁକ୍ତି ପାଇଁ କୌଣସି ବିଜ୍ଞପ୍ତି କିମ୍ବା ଇଣ୍ଟରଭ୍ୟୁ ହୋଇନାହିଁ। ଯାହା ସମ୍ବିଧାନର ଧାରା ୧୪ ଏବଂ ୧୬କୁ ଉଲ୍ଲଂଘନ କରୁଛି।