ଭଦ୍ରକ(ସେକ ଫୈଜାନ କାଦ୍ରୀ): ଭଦ୍ରକ ଜିଲ୍ଲା ଏବେ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି । କେବେ ବ୍ରାଉନ ସୁଗାର ତ କେବେ ଗଞ୍ଜେଇ ପୁଣି କେବେ ମଦ । ଏଭଳି ଅନେକ ନିଶାଦ୍ରବ୍ୟ ସହ ବେପାରୀମାନଙ୍କୁ ମଧ୍ୟ ଜବତ କରୁଛି ଅବକାରୀ ବିଭାଗ । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଆଜି ଚଢଉ କରି ୧୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଛକ ନିକଟରୁ ଏସବୁ ଜବତ କରିବା ସହ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ସେହିପରି ରାଣୀତାଲ ଛକ ନିକଟରେ ଏକ ଟାଟା ଇଣ୍ଡିକୋ କାରରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ମଧ୍ୟ ଜବତ ହୋଇଛି । ଏହାର ମୂଲ୍ୟ ଐକ ଲକ୍ଷରର ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏଥି ସହ ଘଟଣାରେ ସଂପୃକ୍ତ ଥିବା ତିହିଡ଼ି ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳର ସେକ ରାଜୋକୁ ମଧ୍ୟ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ ।