ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ବୃଦ୍ଧି ସହ ଅକ୍ସିଜେନର ଅଭାବ ଲାଗି ରହିଛି । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିଲ୍ଲୀ ସରକାରକୁ ପରାମର୍ଶ ଦେଇବାକୁ ଯାଇ କହିଛନ୍ତି, ଯେମିତି ଆର୍ଥିକ ସଂକଟ ପାଇଁ ୱାର୍ଲ୍ଡ ବ୍ୟାଙ୍କ ଅଛି ସେହିପରି ଅକ୍ସିଜେନ ସିଲିଣ୍ଡର ବ୍ୟାଙ୍କ ତିଆରି କରାଯାଇ ପାରେ । ଏଥିସହ ଅକ୍ସିଜେନ ଅଭାବକୁ ନେଇ ହାଇକୋର୍ଟ କେନ୍ଦ୍ର ଉପରେ ବର୍ଷିଛନ୍ତି । କୋର୍ଟ କହିଛନ୍ତି, ଆପଣ ଏହି ପ୍ରସଙ୍ଗରେ ଅନ୍ଧ ହୋଇପାରନ୍ତି ଆମେ ଆଖି ବନ୍ଦ କରି ପାରିବୁ ନାହିଁ । ଦିଲ୍ଲୀ ସରକାରକୁ କୋର୍ଟ କହିଛନ୍ତି, ସରକାର ଏହା ଉପରେ କାମ କରୁ ଓ ଲୋକଙ୍କୁ ବୁଝାଯାଉ କି ଆବଶ୍ୟକ ନ ଥିଲେ ସିଲିଣ୍ଡର ବ୍ୟାଙ୍କରେ ଜମା କରିଦିଆଯାଉଛି । ଏହାକୁ ନେଇ ଦିଲ୍ଲୀ ସରକାର କାର୍ଯ୍ୟକରିବ ବୋଲି ପ୍ରତିଶ୍ରୁତି ଦେଇଛି ।
ଏମିକସକ୍ୟୁରି ରାଜଶେଖର ହାଇକୋର୍ଟଙ୍କ କହିଛନ୍ତି କି, ଆମକୁ ଆଗାମୀ ୩-୪ ଦିନରେ ୪୫୦-୫୨୦ ମେଟ୍ରିକ ଟନ ଅକ୍ସିଜେନ ମିଳିଯିବ ଓ ଆଶା କରାଯାଉଛି ଆଗାମୀ ସାତ ଦିନ ମଧ୍ୟରେ ୫୫୦-୬୦୦ ମେଡ୍ରିକ ଟନକୁ ଛୁଇଁବ । କାରଣ ଉଭୟ କେନ୍ଦ୍ର ଓ ରାଜ୍ୟ ଏହା ଉପରେ କାର୍ଯ୍ୟକରୁଛନ୍ତି । ସେ ଆହୁରି କହିଛନ୍ତି, କିଛି ଦିନରେ ଦିଲ୍ଲୀରେ ୧୦୦ ମେଟ୍ରିକ ଟନ ଅକ୍ସିଜେନ ରିଜର୍ଭ ରଖାଯିବା ଦରକାର ।
ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି କହିଛନ୍ତି, ସୁପ୍ରିମ କୋର୍ଟଙ୍କ ଆଦେଶ ଅଛି କି ଆପଣଙ୍କୁ ୭୦୦ ମେଟ୍ରିକ ଟନର ଆମଦାନୀ କରିବା ଦରକାର । ଯଦି ଆପଣ ଏହାର ପାଳନ କରୁ ନାହାନ୍ତି, ତେବେ ଆପଣ କୋର୍ଟଙ୍କ ଆଦେଶ ଅବମାନନା ପରିସୀମାଭୁକ୍ତ ହୋଇପାରିବେ । ଏବେ ଏହା ଆପଣଙ୍କ କାମ ।