(ରଜନି କାନ୍ତ ପାତ୍ର / ହିଞିଳି) ; ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ଥାନାର ମହିଳା ଓ ଶିଶୁ ଡେସ୍କ କଠୋରୀ ଭିତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ରଙ୍ଗୀପୁର ଗାଁର ଗଣେଶ ଡାକୁଆ । ଗାଁରେ କିଛି ଗଣ୍ଡଗୋଳ ଅଭିଯୋଗରେ ଗୋଳନ୍ଥରା ଥାନା ପୋଲିସ ଗଣେଷକୁ ଥାନାରେ ଅଟକ ରଖିଥିଲେ । ତେବେ ଗଣେଶକୁ ଜଗିବା ପାଇଁ ପୋଲିସ କର୍ମଚାରୀ ରହିବା କଥା । କିନ୍ତୁ ସେହି ସମୟରେ ଗଣେଶଙ୍କ ନିକଟରେ କେହି ନଥିବାବେଳେ ସେ ନିଜ ବେଲ୍ଟ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପରେ ଚିତ୍କାର ଶୁଣି ପୋଲିସ କର୍ମଚାରୀ ତାଙ୍କୁ ଗକଉଏ ମେଡିକାଲ ରେ ଭର୍ତ୍ତିକରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ପରେ ଆତ୍ମହତ୍ୟାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଗଣେଷ ଆତ୍ମହତ୍ୟା କଲା ତେବେ ସେଠାରେ କାହିଁକି କୌଣସି ପୋଲିସ କର୍ମଚାରୀ ନଥିଲେ । ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି ଦିଗ ଲୁଚି ରହିଛି । ଗୋଳନ୍ଥରା ଥାନାକୁ ନେଇ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।