ଆଗାମୀ ଦିନରେ ସଂସଦ ଦେଖିବ ତ୍ରିମୁଖୀ ବିରୋଧ

ଭୁବନେଶ୍ୱର/ରାଜେଶ ସାହୁ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ବିଭିନ୍ନ ଆଞ୍ଚଳିକ ଦଳର ନେତା ଓ ମୁଖ୍ୟମନ୍ତ୍ରୀ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଫୋନ୍ ଓ ଟ୍ୱିଟର ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରବାଲ, କୈଳେସ ଆୟାଦବ, ଉଦବ ଠାକରେଙ୍କ ସମେତ ବିଭିନ୍ନ ଆଞ୍ଚଳିକ ଦଳର ନେତା ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମସି ୨୧୩ଟି ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ମୋଦି-ଶାହଙ୍କ ଜୋରସୋର ପ୍ରଚାର ସତ୍ତ୍ୱେ ବିଜେପି କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ଏଠାରୁ ୧୮ଟି ସିଟ୍ ଜିତିଥିଲେ ମଧ୍ୟ ଶାହା-ମୋଦି ଯୋଡ଼ି ଏଇ ବିଧାନସଭା ନିର୍ବାଚନରେ ସେହି ସଫଳତାକୁ ଦୋହରାଇ ପାରିନାହାନ୍ତି । ତେବେ ଦଳ ମମତାଙ୍କୁ ପରାସ୍ତ କରିବାରେ ସଫଳ ହୋଇଛି।

ଏପଟେ କଲିକତା ନିର୍ବାଚନ ପରେ ଅଣ୍ଟା ଭିଡିଲେଣି ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ସବୁ। ଆଗାମୀ ଦିନରେ କେନ୍ଦ୍ର ଦେଖିବ ତ୍ରମୁଖୀ ସରକାର । ଦିନକୁ ଦିନ ଦେଶରେ ଆଞ୍ଚଳିକ ଦଳମାନଙ୍କୁ ସେମାନଙ୍କ ରାଜ୍ୟର ଲୋକେ ବେସ ପସନ୍ଦ କରୁଛନ୍ତି । ଯାହା ଦ୍ୱାରା ଆଗାମୀ ୨୦୧୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକାଠି ହୋଇ ପାରନ୍ତି ରାଜ୍ୟମାନଙ୍କରେ ଥିବା ଆଞ୍ଚଳିକ ଦଳ ସବୁ। ଯାହା ମୋଦି ଓ ଶାହାଙ୍କ ପାଇଁ କାଠିକର ହେବ ବୋଲି ଏବେ ଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଏହାର ଦାଇତ୍ୱ ମମତା ଓ ଅରବିନ୍ଦ କେଜ୍ରବାଲ ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହା ସହ ଏହାର ଗୋଟି ଚଲାଇବେ ରାଜନୀତି ବିଶେଷଜ୍ଞ ପ୍ରଶାନ୍ତ କିଶୋର । ଏପଟେ ବିଜେଡି ମଧ୍ୟ ଏହି ମେଣ୍ଟକୁ ନିଜ ସମର୍ଥନ ଦେବାକୁ ସିଙ୍ଗନାଲ ଦେବାକୁ ପଛାଇ ନାହିଁ। ଅନ୍ୟପକ୍ଷରେ ନନ୍ଦିଗ୍ରାମର ଫଳାଫଳ ବିରୋଧରେ ମମତା କୋର୍ଟ ଯିବେ ବୋଲି କହିଛନ୍ତି। ଗଣତିରେ ଗଡ଼ବଡ଼ କରାଯାଇଥିବାରୁ ସେ ହାରିଥିବା ଅଭିଯୋଗ କରିଛନ୍ତି। ପୁନଃଗଣତି ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ନିର୍ବାଚନ କମିଶନ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ଦେବାରୁ ମମତା କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।