ଡଙ୍ଗାବୁଡି ୨୬ ଜଣଙ୍କ ସଲିଲ ସମାଧି

ବାଙ୍ଗଲାଦେଶ: ବାଙ୍ଗଲାଦେଶରେ ଦୁର୍ଘଟଣା । ଡଙ୍ଗା ବୁଡି ୨୬ ଜଣଙ୍କ ସଲିଳ ସମାଧି । ବାଙ୍ଗଲାଦେଶର ପଦ୍ମନଦୀରେ ଡଙ୍ଗା ବୁଡିଯିବାରୁ ୨୬ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକ ନିଖୋଜ ଅଛନ୍ତି । ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଏହି ସୂଚନା ଦେଇଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ମିରାଜ ହୋସେନ ।
ପୁଲିସ ଅନୁଯାୟୀ, ପଦ୍ମନଦୀରେ ଆଜି ସକାଳୁ ଏକ ଡଙ୍ଗା ବୁଡିଯାଇଥିଲା । ଡଙ୍ଗା ବୁଡିଯିବା ପରେ ତୁରନ୍ତ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଅଗ୍ନିଶମ ବାହିନୀକୁ ୨୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ୫ ଜଣଙ୍କ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିମ୍ନ ଆଭ୍ୟନ୍ତରୀଣ ଜଳପଥ ଓ ନିରାପତ୍ତା ମାପଦଣ୍ଡ ସତ୍ତେ୍ୱ ପ୍ରତିବର୍ଷ ବାଂଲାଦେଶ ନଦୀ ଘାଟରେ ଏହିଭଳି ଦୁର୍ଘଟଣା ଘଟିଥାଏ । ଶହଶହ ସଂଖ୍ୟାରେ ଲୋକଙ୍କ ଅକାଳରେ ବିୟୋଗ ଘଟୁଛି ।