କାବୁଲ: ଆଫଗାନିସ୍ତାନର ଏକ ଗେଷ୍ଟ ହାଉସରେ ହୋଇଛି ବୋମା ବିସ୍ଫୋରଣ । ଏହି ବୋମା ବିସ୍ଫୋରଣରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଓ ୯୦ରୁ ଅଧିକ ଆହତ ହୋଇଛନ୍ତି । ଅଧିକାରିଙ୍କ ମୁତାବକ ଶନିବାର ଗେଷ୍ଟ ହାଉସରେ ଆତ୍ମଘାତୀ ଆକ୍ରମଣ ହୋଇଛି । ଏଥିରେ ବହୁ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି ।
ନ୍ୟୁଜ ଏଜେନ୍ସ ଏପି ମୁତାବକ, ଆଫଗାନିସ୍ତାନର ଲୋଗର କ୍ଷେତ୍ରର ରାଜଧାନୀ ପୁଲ-ଏ-ଆଲମରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିଲା । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହିଁ କି କାହିଁ ଗେଷ୍ଟହାଉସକୁ ଟାର୍ଗେଟ କର।ଯାଇଥିଲା । ଆଫଗାନିସ୍ଥାନରେ ଗେଷ୍ଟେ ହାଉସରେ ପ୍ରାୟତଃ ସରକାର ଦ୍ୱାରା ଗରିବ, ଯାତ୍ରୀ ଓ ଛାତ୍ରଙ୍କୁ ମାଗଣାରେ ଘର ଉପଲବ୍ଧ କରାଯାଇଥାଏ । ତେବେ ଏହି ଆକ୍ରମଣ ପାଇଁ ଆଫଗାନିସ୍ତାନର ଅଭ୍ୟନ୍ତରୀଣ କାର୍ଯ୍ୟ ମନ୍ତ୍ରଣାଳୟ ତାଲିବାନକୁ ଦୋଷ ଦେଇଛି ।
ଏହି ଆକ୍ରମଣ ଆଫଗାନୀସ୍ତାନରୁ ଆମେରିକୀୟ ଓ ନାଟୋ ସୈନିକଙ୍କ ଅନ୍ତିମ ଫେରିଯିବା ପାଇଁ ନିର୍ଦ୍ଧାରିତ ଅଧିକାରିକ ତାରିଖର ପୂର୍ବ ରାତିରେ ହୋଇଛି । ଏଠାରେ ସୂଚନା ଯୋଗ୍ୟ, ମେ ୧ ପର୍ଯ୍ୟନ୍ତ ସମସ୍ତ ଅ।।ମେରିକୀୟ ସେନା ଆଫଗାନିସ୍ତାନରୁ ଅପସାରଣ କରାଯାଉ ଓ ଏହା ପରେ ସେମାନଙ୍କ ସୁରକ୍ଷାର କୌଣସି ଗ୍ୟାରେଣ୍ଟି ରହିବ ନ।।ହିଁ ।