ସାଲେପୁର କାନାଡ଼ା ବ୍ୟାଙ୍କ ମ୍ୟାନେଜର ଙ୍କ ଘରୁ ଚୋରି

(ତାରାକାନ୍ତ ନାଏକ ): ସାଲେପୁର ଥାନା ରୋଡ଼ ରେରହୁଥିବା କାନାଡ଼ା ବ୍ୟାଙ୍କ ମ୍ୟାନେଜର ଙ୍କ ଘରୁ ଚୋରି।ଲକ୍ଷାଧିକ ଟଙ୍କାର ସୁନା,ରୁପା, ନଗଦ ଟଙ୍କା କେହି ଦୃବୃତ ଚୋରୀ କରିନେଇଯାଇଛି। ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଘଟଣା ଘଟିଛି କଟକଜିଲ୍ଲା,ସାଲେପୁର ଥାନା ରୋଡରେ।ଥାନାଠାରୁ୧୦୦ମିଟରଦୂରତ୍ୱ ରେ କାନାଡ଼ା ବ୍ୟାଙ୍କ ମ୍ୟାନେଜର ପ୍ରମୋଦ ପଣ୍ଡା ଙ୍କ ଘର । ଘରେ କେହିଁ ନ ଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଚୋର ମାନେ ଘର ର କବାଟ ତାଲା ଭାଙ୍ଗି ଚେନ,ଲକେଟ,ରୁପା ପାଉଁଜି, ଅଣ୍ଟା ବିଛା,ହାର, ନଗଦ ଟଙ୍କା ଚୋରୀ କରିନେଇଥିବା ଜଣାପଡ଼ିଛି।ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଚଲାଇଛି।ଏଠି ପ୍ରଶ୍ନ ଉଠୁଛି ଥାନା ଠାରୁ୧୦୦ମିଟର ଦୂରରୁ କିଭଳି ଚୋରୀ ହେଲା। ପୋଲିସ ର ପାରିବାପାଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।