ବିଏମସି ଅଧୀନ ଧର୍ମାନୁଷ୍ଠାନରେ ଲାଗିଲା ପ୍ରତିବନ୍ଧକ

ଭୁବନେଶ୍ୱର/ରାଜେଶ ସାହୁ: ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ। ଆସନ୍ତାକାଲି ଠାରୁ ବିଏମସି ଅଧୀନ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଲା ବିଏମସି ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟି ରଖି ବିଏମ୍‌ସି ଅଞ୍ଚଳରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ।ବର୍ତ୍ତମାନ ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦି ସମସ୍ତ ଧର୍ମାନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି । ତେବେ ପରମ୍ପରା ଅନୁଯାୟୀ ସେହିସବୁ ଧର୍ମାନୁଷ୍ଠାନର ରୀତି ନୀତି ଯଥାରିତି ଚାଲିବ । ଆଗାମୀ ଦିନରେ କରୋନା ସ୍ଥିତିକୁ ନେଇ ପରବର୍ତ୍ତୀ ଘୋଷଣା କରାଯିବ ବୋଲି କମିଶନର କହିଛନ୍ତି ।
ଶ୍ରୀ ଚୌଧୁରୀ କହିଛନ୍ତି, ରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ତେବେ ସବୁ ଧର୍ମାନୁଷ୍ଠାନରେ ଦୈନନ୍ଦିନ ନୀତିକାନ୍ତି ସଂପନ୍ନ କରିବାକୁ ଅନୁମତି ଦିଆଯାଇଛି। ଆଗାମୀ ଦିନରେ ସ୍ଥିତିକୁ ଦେଖି ପୁଣି ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନ ଗୁଡ଼ିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
ଧର୍ମାନୁଷ୍ଠାନଗୁଡ଼ିକରେ ନୀତିକାନ୍ତି ସଂପନ୍ନ କରିବାକୁ ପୂଜକ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ସେମାନେ ପୂଜ।।ନୀତି ସମ୍ପାଦନ କରିବେ । ତେବେ ଧର୍ମାନୁଷ୍ଠାନକୁ ପ୍ରବେଶ ପୂର୍ବରୁ ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରିବା, ହାତ ସାବୁନରେ ଧୋଇବାକୁ କୁହାଯାଇଛି ।