ଭଦ୍ରକ: ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୫ ବଖରା ଘର । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ । ଭଣ୍ଡାରିପୋଖରୀ ବ୍ଲକ ମଢିଆଳୀ ପଞ୍ଚାୟତର ମହିସିପୁର ଗାଁର ପ୍ରଫୁଲ୍ଲ ଧଳ ଓ ଶତ୍ରୁଘ୍ନ ଧଳଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ଉଭୟଙ୍କ ୫ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିଥିଲା । କୁହାଯାଉଛି, ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ।