ରାୟପୁର: ଛତିଗଡର ଏକ ହସ୍ପିଟାଲରେ ନିଆଁ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ସଂଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଇଛି । ନିଆଁ ଲାଗିବା ପରେ ହସ୍ପିଟାଲରେ ଧାଅାଁ ଦୌଡ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣ।।ର ତଦନ୍ତ କରୁଛି ପୁଲିସ ।
ଛତିଗଡର ରାଜଧାନୀ ରାୟପୁରସ୍ଥିତ ରାଜଧ।।ନୀ ହସ୍ପିଟାଲରେ ଗତକାଲି ସଂଧ୍ୟାରେ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ନିଆଁ ଯୋଗୁ ଆଇସିୟୁ ଭିତରେ ଧୂଆଁ ଭରିଯାଇଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡ ବେଳକୁ ଆଇସିୟୁରେ ୩୦ ଜଣ ରୋଗୀ ଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ରୋଗୀଙ୍କୁ ବାହାରକୁ ବାହାର କରିଥିଲେ । ଖବର ପାଇଁ ଅଗ୍ନିଶମ କର୍ମଚାରୀ ମଧ୍ୟ ରୋଗୀଙ୍କୁ ସୁରକ୍ଷିତ ବାହାରକୁ ବାହାର କରିବା କାମରେ ନିୟୋଜିତ ହୋଇଥିଲେ । ସମସ୍ତ ରୋଗୀଙ୍କୁ ଅନ୍ୟ ୱାର୍ଡକୁ ସ୍ଥ।।ନାନ୍ତର କରାଯାଇ ଥିଲା । ତେବେ ଏହି ଘଟଣାରେ ରାୟପୁର ସିଏମଏଚଓ ମୀରା ବାଘେଲ କହିଥିଲେ କି ୪ ଜଣଙ୍କର ନିଆଁରେ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କର ଅଗ୍ନିକାଣ୍ଡ ପୂର୍ବରୁ ମୃତ୍ୟୁ ହୋଇଥିଲା ।