ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ କୋଭିଡ କଟକଣା କଡାକଡି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟରେ ହେବାକୁ ଥିବା ସମସ୍ତ ଉଚ୍ଚଶିକ୍ଷା ବିଭାଗ ଅଧୀନ ପରୀକ୍ଷା ଓ ଥିଓରି ତଥା ପ୍ରାକ୍ଟିକାଲ ପରୀକ୍ଷାକୁ ୧୯ ଏପ୍ରିଲ ୨୦୨୧ ଠାରୁ ସ୍ଥଗିତ ରଖାଯାଉଛି । ପରୀକ୍ଷା ତାରିଖକୁ ନେଇ ପରବର୍ତ୍ତୀ ସମୟରେ ଭାଇସଚାନସେଲର ଓ ପ୍ରିନସିପାଲଙ୍କ ସହ ଆଲୋଚନା ପରେ ଜଣାଇଦିଆଯିବ । ସମସ୍ତ ହଷ୍ଟେଲକୁ ୧୯ ତାରିଖ ମଧ୍ୟରେ ଖାଲି କରିବାକୁ କୁହାଯାଇଛି । ସିଲାବସ ଶେଷ କରିବାକୁ କ୍ଲାସକୁ ଅନଲାଇନରେ କରାଯିବ । ୧୯ ତାରିଖଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଶିକ୍ଷାନୁଷ୍ଠାଂନ ୫୦ ପ୍ରତିଶତ ଶୈକ୍ଷିକ ଅଣଶୈକ୍ଷିକଙ୍କୁ ନେଇ ଖୋଲିବ । କର୍ମଚାରୀଙ୍କ ଉପସ୍ଥିତିକୁୁ ନେଇ ଉଚ୍ଚଶିକ୍ଷା ଅନୁଷ୍ଠାର ମୁଖ୍ୟ ନିଷ୍ପତ୍ତି ନେବେ । ଯେଉଁ ଶିକ୍ଷକ ଓ କର୍ମଚାରୀମାନେ ରୋଷ୍ଟର ଡ୍ୟୁଟିରେ ନ ଥିବେ ସେମାନେ ଘରୁ କାମ କରିବେ ହେଡକ୍ୱାଟରର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।