କରୋନାର ଦ୍ୱିତୀୟ ଲହରରେ ଅଧିକ ଯୁବବର୍ଗ ସଂକ୍ରମିତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀ ରାଜ୍ୟରେ ଦ୍ରୁତ ଭାବେ ବ୍ୟାପୁଛି ଓ ବୟସ୍କଙ୍କ ତୁଳନାରେ ଯୁବପିଢିଙ୍କୁ ଅଧିକ ସଂକ୍ରମିତ କରୁଛି । ଏଥିରେ ୧୮ରୁ କମ ବୟସ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଚଳିତ ସଂକ୍ରମଣ ଅଧିକ ବ୍ୟାପକ ହେବା ସହ ଏଥିରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଲୋକମାନଙ୍କୁ ଅନୁରୋଧ କରୁଛି କି ସେମାନେ କୋଭିଡ କଟକଣାକୁ କଠୋର ଭାବେ ପାଳନ କରନ୍ତୁ । ଏକ ସାମ୍ପ୍ରତିକ ଅନୁଧ୍ୟାନରୁ ଜଣାପଡିଛି କି ୧୮ ବର୍ଷରୁ କମ ବୟସର ୮ ପ୍ରତିଶତ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଯୁବବର୍ଗ ସଂକ୍ରମିତ ହେଉଛନ୍ତି, ଯଦି ସେମାନଙ୍କ ସମୟରେ ଚିକିତ୍ସା କରାନ ଯାଏ ତେବେ ଜୀବନ ପ୍ରତି ବିପଦ ଥିବା ଡାକ୍ତର ପାଣିଗ୍ରାହୀ କହିଛନ୍ତି । ପାଣିଗ୍ରାହୀ ଆହୁରି କହିଛନ୍ତି, ଗୁରୁବାର ରାଜ୍ୟରେ ୧,୦୫୦ ସେସନ ସେଣ୍ଟର କରାଯିବ ।