(ମୁମ୍ବାଇ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଡାକ୍ତରଖାନାଗୁଡ଼ିକରେ ଆଉ ସ୍ଥାନ ନାହିଁ । ତେବେ ଏସବୁକୁ ଦୃଷ୍ଟିରେ ରଖି ବଲିଉଡ ଅଭିନେତା ସୋନୁ ସୁଦ କରୋନାର ଦ୍ୱିତୀୟ ଲହରୀ ସହିତ ଲଢ଼ିବାକୁ ପୁଣି ଅଣ୍ଟା ଭିଡିଛନ୍ତି । ନିକଟରେ ସେ ମଧ୍ୟପ୍ରଦେଶର ଇନ୍ଦୋର ପାଇଁ ଏକ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
इस विकट समस्या में जहां एक ओर जनप्रतिनिधि चुनाव प्रचार अन्य कार्यों में व्यस्थ है, वही दूसरी ओर जन नायक सोनू सूद द्वारा इंदौर शहर को बड़ी मदद दी गई। समस्त इंदौर वासियों की ओर से सह्रदय धन्यवाद!🙏❣️😇 @SonuSood pic.twitter.com/A7ZmrTl4iT
— Lokesh Kumar Gupta (@Lkg1255) April 15, 2021
ଏହି ଭିଡ଼ିଓରେ ସୋନୁ ସୁଦ୍ କହୁଛନ୍ତି, ମୁଁ ସମସ୍ତ ଇନ୍ଦୋରବାସୀଙ୍କୁ କହିବାକୁ ଚାହୁଁଛି କି, ଆପଣ ନିଜର ଧ୍ୟାନ ରଖନ୍ତୁ। ଗତକାଲି ମୋତେ ଜଣାପଡ଼ିଲା କି ଇନ୍ଦୋରର ଲୋକମାନେ ବହୁ ଅକ୍ସିଜେନର ଅଭାବ ରହିଛି। ମୁଁ ଇନ୍ଦୋରକୁ ୧୦ଟି ଅକ୍ସିଜେନ ଜେନେରେଟର ପଠାଉଛି । ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ, ପରସ୍ପରକୁ ସମର୍ଥନ କରନ୍ତୁ, ଯାହା ଦ୍ବାରା ଆମେ ଏହି ମହାମାରୀରୁ ବାହାରି ପାରିବା।