କୋଭିଡ କଟକଣା ମାନୁ ନ ଥିବାରୁ ପୁଲିସ ମାଡରେ ସେଲୁନ ମାଲିକଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ୱରଙ୍ଗାବାଦରେ ଜଣେ ଦୋକାନୀ କୋଭିଡ କଟକଣା ସତ୍ତେ୍ୱ ସେଲୁନ ଖୋଲିବାକୁ ନେଇ ପୁଲିସ ମାଡରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଦୋକାନୀଙ୍କ ନାମ ୫୦ ବର୍ଷ, ନାମ ପିରୋଜ ଖାନ । ବୁଧବାର ରାତିରେ ସେ କୋଭିଡ କଟକଣା ସତ୍ତେ୍ୱ ସେଲୁନ ଖୋଲିଥିବାରୁ ତାଙ୍କୁ ୩ ଜଣ ପୁଲିସ ମାଡମାରିଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି କି, ଓସମାନପୁରା ପୁଲିସ ଷ୍ଟେସନ ଇନିସପେକ୍ଟର ଦିଲିପ ତାରେ, ସବଇନିସପେକ୍ଟର ପ୍ରଭିନ ୱାଜ ଓ କନେଷ୍ଟବଳ ସନ୍ଦୀପ ବର୍ମା ରାତ୍ରୀ ପାଟ୍ରୋଲିଂ ସମୟରେ ସେଲୁନ ଖୋଲାଥିବା ଦେଖି ଦେକାନ ମାଲିକ ଖାନଙ୍କୁ ନିସ୍ତୁକ ମାଡ ମାରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲେ । ତାଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ।