(ତାରାକାନ୍ତ ନାୟକ): ରାଜ୍ୟ ରେ ବଢୁଥିବା ବେକାରୀ ସମସ୍ୟା ପାଇଁ ନବୀନ ସରକାର ଙ୍କୁ ଦାୟୀକରି ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ପକ୍ଷରୁ ଯୁବସଙ୍ଘର୍ଷ ପଦ ଯାତ୍ରା ଆରମ୍ଭ ହୋଇଛି। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମ ପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ରୁ ଏହି ପଦଯାତ୍ରା ଆରମ୍ଭ ହୋଇଛି।ମଧୁବାବୁଙ୍କ ଏନ୍ତୁଡ଼ିଶାଳ ରେ ଥିବା ମଧୁବାବୁଙ୍କ ଫୋଟୋ ଚିତ୍ର ରେ ପୁଷ୍ପାଞ୍ଜଳି ଦେଇ ଏହି ପଦ ଯାତ୍ରା ଆରମ୍ଭ ହୋଇଛି।ଏହା ଭୁବନେଶ୍ୱର ର କଳ୍ପନା ଛକ ରେଥିବା ବକ୍ସିଜଗବନ୍ଧୁଙ୍କ ପ୍ରତିମୂର୍ତି ପର୍ୟ୍ୟନ୍ତ ଚାଲିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।ଏହି ପଦଯାତ୍ରା ରେ ରାଜ୍ୟ ଯୁବମର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ,ବିଜେପି ନେତା ମନମୋହନ ସାମଲ, ରାଜ୍ୟ ଉପସଭାପତି ନୟନ କିଶୋର ମହାନ୍ତି, ବିଜେପି ନେତା ସାରଦା ପ୍ରଧାନ, ରଶ୍ମିରଞ୍ଜନ ଲେଙ୍କା ପ୍ରମୂଖ ଯୋଗଦେଇଥିଲେ।ଏଥିରେ ବହୁ ସଂଖ୍ୟାରେ କଟକ ଜିଲ୍ଲା ର ଯୁବ ମୋର୍ଚ୍ଚା ର କର୍ମକର୍ତ୍ତା ମାନେ ଯୋଗଦେଇ ଥିଲେ।