(ଟିଟିଲାଗଡ଼) : ଟିଟିଲାଗଡରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କଟକଣାକୁ ଜୋରଦାର କରାଯାଇଛି । ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପୌରପରିଷଦର କର୍ମଚାରୀ ଓ ପୋଲିସ ବାହିନୀ ସହ ଟିଟିଲାଗଡ ସହର ର ବିଭିନ୍ନ ସ୍ଥାନରେ ବୁଲି କରୋନା କଟକଣାର ନିରୀକ୍ଷଣ କରିଥିଲେ। ନିୟମ ଉଲ୍ଲଙ୍ଘନ ରେ ଦୁଇଟି ଦୋକାନ ସିଲ୍ କରିବା ସହ ଗୋଟିଏ ପେଟ୍ରୋଲ ପମ୍ପ ସିଲ କରିଛନ୍ତି । ଠିକ୍ ସେହିପରି ବିକ୍ରମ ଜ୍ୱେଲର୍ସ ଓ ଚପଲ ଦୋକାନ ରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ପ୍ରାୟ ୪୦ ଜଣ ରୁ ଊର୍ଦ୍ଧ୍ୱ ଲୋକଙ୍କ ପାଖରୁ ଜୋରିମାନା ଆଦାୟ କରିଥିବା ସୂଚନା ରହିଛି।