ବିଶୋଇ ଥାନା; ଟ୍ରକ ସାମନା ସାମନି ଧକ୍କାରେ ଦୁଇ ଡ଼୍ରାଇଭର ଗୁରୁତର

(ସତ୍ୟ ନାରାୟଣ ପାଲ / ରାଇରଙ୍ଗପୁର) ; ବିଶୋଇଥାନା ଅଧିନ ବାଉତିବେଡା ପଞ୍ଚାୟତ ୪୯ନଂ ଜାତୀୟ ରାଜପଥର ମହୁଭଣ୍ଡାର ସନ୍ନିକଟ ହାଟ ଛକ ନିକଟରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଡ଼୍ରାଇଭର ଗୁରୁତର ହୋଇଥିବା ସୂଚନା ମିଳିଛି।ଘଟଣାରୁ ପ୍ରକାଶ ଯେ ସଶିପୁର ପଟରୁ କଲିକତା ଅଭିମୁଖେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଆଜି ଅପରାହ୍ନରେ ଧକ୍କା ହୋଇଥିଲା। ଖବରପାଇ ବିଶୋଇ ଓଆଇସି ଫଣୀଦ୍ର ଭୂଷଣ ନାଏକ ଓ ଅଗ୍ନିସେବା ବିଭାଗ ମୁଖ୍ୟ ଅଗ୍ନିଶମ ଅଧିକରୀ ବସନ୍ତ କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୁହାପଥରବୋଝେଇ ଟ୍ରକ ଚାଳକ ଅଙ୍କିତ ସିଂ ବିହାର ର ହୋଇଥିବା ଜଣା ପଡିଛି । ତେବେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟ ଏକ ଚାଳକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ତବେ ଏନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁହୋଇ ତଦନ୍ତ ଜାରିରହିଛି ।