ସିବିଏସଇ ୧୦ମ, ୧୨ଶ ପରୀକ୍ଷା ବାତିଲ କରିବାକୁ ରାମଦୋଶଙ୍କ ଦାବି

ଚେନ୍ନାଇ: ପିଏମକେ ପ୍ରତିଷ୍ଠାତା ଏସ ରାମଦୋଶ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସଇ)ର ୧୦ମ ଓ ଦ୍ୱାଦଶ ବାର୍ଷିକ ପରୀକ୍ଷା ତାମିଲନାଡୁରେ ବାତିଲ କରିବାକୁ ଶନିବାର ଦାବି କରିଛନ୍ତି । ତାମିଲନାଡୁରେ କୋଭିଡ ସଂକ୍ରମଣ ରାଜ୍ୟରେ ବୃଦ୍ଧିପାଉଥିବାରୁ ରାମଦୋଶ ଏପରି ଦାବି କରିଛନ୍ତି ।
ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ରାମଦୋଶ ବୋର୍ଡର ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶା କରିଛନ୍ତି । ରାମଦୋଶ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି, ଯଦି ସିବିଏସଇ ବୋର୍ଡ ପରୀକ୍ଷା କରିବ ତେବେ ଅନଲାଇନରେ କରାଉ । ତାମିଲନାଡୁରେ ୧୨ଶ ଶ୍ରେଣୀ ପରୀକ୍ଷ ସମ୍ପର୍କରେ ରାମଦୋଶ କହିଛନ୍ତି, ଏହି ପରୀକ୍ଷାକୁ ବାତିଲ କରାଯାଇ ପିଲାଙ୍କ ଶ୍ରେଣୀ ପରୀକ୍ଷାର ଫଳାଫଳ ଆଧାରରେ ସେମାନଙ୍କୁ ଉତ୍ତିର୍ଣ୍ଣ କରାଯାଉ ।
ତେବେ ମଜାର କଥା, ପିଏମକେ ପରି ରାଜନୈତିକ ପାର୍ଟି ସବୁ ନିକଟରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ରାଲି ଓ ପ୍ରଚାରରେ ମାତିଥିଲେ, ଯେଉଁଠି ସାମାଜିକ ଦୂରତାକୁ ଉଲ୍ଲଙ୍ଘନ କରାଯାଉଥିଲା । ଦେଶବ୍ୟାପୀ ଶୁକ୍ରବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସିବିଏସଇ ପରୀକ୍ଷାକୁ ନେଇ ବୋର୍ଡ ଉପରେ ବର୍ଷିଥିଲେ ।