ନବରଙ୍ଗପୁର: ସାରା ରାଜ୍ୟରେ କୋରୋନା ନିଜର କାୟା ବିସ୍ତାର କରି ଚାଲିଛି । ଦ୍ୱତୀୟ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାରୁ ପୁଣି ଅନେକ ରୋଗୀ ଚିହ୍ନଟ ହେଉଛନ୍ତି । ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ପୁଣି ଆରମ୍ଭ ହେଉଛି ଜୋରଦାର ପ୍ରୟାସ । କିଛିଦିନ ତଳେ ରାଜ୍ୟର କିଛି ଜିଲ୍ଲାରେ ନାଇଟ କର୍ଫ୍ୟୁ ମଧ୍ୟ କରାଯାଇଛି । ଆଜି ନବରଙ୍ଗପୁର ଜିଲ୍ଲା ସୀମାକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଛତିଶଗଡରେ କୋରୋନା ସଂକ୍ରମଣ ବଢୁଥିବାରୁ ସେଠାରୁ ଆସୁଥିବା ସମସ୍ତ ଗାଡି ଏବଂ ବ୍ୟକ୍ତିବିଶେଷଙ୍କ ଉପରେ କଟକଣା ଲାଗୁ ହୋଇଛି । ତେବେ କୋରୋନା ନେଗେଟିଭ ରିପୋର୍ଟ ଥିବା ବ୍ୟକ୍ତିମାନଙ୍କୁ ହିଁ ଜିଲ୍ଲା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ଏସବୁର ସଠିକ ତଦାରଖ ପାଇଁ ସୀମାନ୍ତରେ ଥିବା ଚେକପୋଷ୍ଟ ସିଲ ସହ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏଥିସହ ଉମରକୋଟ ଦଣ୍ଡସରାଠାରେ ମଧ୍ୟ କଡାକଡି ହୋଇଛି ଯାଞ୍ଚ ବ୍ୟବସ୍ଥା ।