ବିଦ୍ୟୁତ ଦର ବୃଦ୍ଧିକୁ ନେଇ ସରକାରକୁ ଘେରିବେ ବିରୋଧି

ଭୁବନେଶ୍ୱର: ୪ ତାରିଖରୁ ବର୍ଦ୍ଧିତ ବିଦ୍ୟୁତ ଦର ଲାଗୁ ହେଉଥିବା ବେଳେ କାଲି ପୁଣି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ଲାଗି ବିରୋଧୀ ପ୍ରସ୍ତୁତ ହେଉଛନ୍ତି। ଶକ୍ତି ବିଭାଗର ପଦକ୍ଷେପ ନେଇ ନାହି କି ଓଇଆରସି ନିକଟରେ ବର୍ଦ୍ଧିତ ବିଜୁଳି ଦର ପ୍ରତ୍ୟହାର ପାଇଁ ଆବେଦନ କରି ନାହିଁ।
ବର୍ଦ୍ଧିତ ବିଜୁଳି ଦର ଲାଗୁ ହେବାକୁ ବାକି ଅଛି ମାତ୍ର ଗୋଟିଏ ଦିନ। ଏପର୍ୟ୍ୟନ୍ତ ଓଇଆରସିକୁ ପୁନର୍ବିଚାର ଆବେଦନ ହୋଇନାହିଁ। ବିଧାନସଭାରେ ଶକ୍ତି ମନ୍ତ୍ରୀ ଏନେଇ ବିବୃତି ଦେଇଥିଲେ। ବିଜୁଳି ଦର ବୃଦ୍ଧିର ପୁନର୍ବିଚାର ପାଇଁ ଓଇଆରସିଙ୍କ ନିକଟରେ ଆବେଦନ କରିବେ ବୋଲି ଭରସା ଦେଇଥିଲେ। କିନ୍ତୁ ଏପର୍ୟ୍ୟନ୍ତ ଶକ୍ତି ବିଭାଗ ପକ୍ଷରୁ କିଛି ପଦେକ୍ଷପ ନିଆଯାଇନାହିଁ । ଏପରିକି ବର୍ଦ୍ଧିତ ବିଜୁଳି ଦର ଲାଗୁ ହେବ କି ନାହିଁ ସେ ସମ୍ପର୍କରେ କେୌଣସି ଘୋଷଣା କରିନାହାନ୍ତି ସରକାର।
ଏପେଟ ପୁଣି ସରାକରଙ୍କୁ ଆକ୍ଷେପ କରିଛନ୍ତି ବିରୋଧୀ । କଂଗ୍ରେସ କହିଛି କାଲି ପୁଣି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଜବାବ ମାଗିବ। ଏପେଟ ବିଜେପି କହିଛି ଟାଟା ପାଓ୍ବାର ପାଖରେ ବନ୍ଧା ପଡିଛନ୍ତି ରାଜ୍ୟସରକାର। କମ୍ପାନୀକୁ ଲାଭ ଦେବାକୁ ବିଦ୍ୟୁତ ଦର ବୃଦ୍ଧି କରିଛନ୍ତି।
ବିଦ୍ୟୁତ ଦର ୟୁନିଟି ପିଛା ୩୦ ପଇସା ବର୍ଦ୍ଧିତ ବଢ଼ାଇଛନ୍ତି ଓଇଆରସି। ଏପେଟ ୬ ମାସ ପୂର୍ବରୁ ୨୦ ପଇସା ବଢ଼ାଇଥିଲେ। ଏବେ ୪ ତାରିଖକୁ ଅପେକ୍ଷା ବର୍ଦ୍ଧିତ ଦର ଲାଗୁ ହେବ ନା ତା ପୂର୍ବରୁ ସରକାର ଅନୁରୋଧ କରି ଦର ବୃଦ୍ଧି ଅଟକାଇବାରେ ସଫଳ ହେବେ।