ନୂଆଦିଲ୍ଲୀ: ପରମ ବୀରଙ୍କୁ ସୁପ୍ରିମ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । କୋର୍ଟ ଆଜି ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ନେଇ କରିଥିବା ଆବଦନକୁ ଖାରଜ କରି ଦେଇଛନ୍ତି । ଜଷ୍ଟିସ କୌଉଲ, ଜଷ୍ଟିସ ଆର ସୁବାଷ ରେଡ୍ଡୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ବମ୍ୱେ ହାଇକୋର୍ଟ ପାଖରେ ଏହି ମାମଲାର ବିଚାର କରିବା ପାଇଁ କ୍ଷମତା ଥିବାରୁ ଆବେଦନ ସେଠାରେ ହେବା ଦରକାର । ଏବେ ପରମବୀର ସମାନ ଆବେଦନ ବମ୍ୱେ ହାଇକୋର୍ଟରେ କରିବେ ବୋଲି ଜଣାପଡ଼ିଛି। ଏହାପରେ ବୁଧବାର ଅପରାହ୍ନରେ ବମ୍ୱେ ହାଇକୋର୍ଟରେ ଏ ବାବଦରେ ଆବେଦନ କରିବେ। ଗୁରୁବାର ଏହି ଆବେଦନର ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠଙ୍କୁ କହିଥିଲେ ମୁକୁଲ ରୋହତଗୀ।
ପରମବୀର ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, ତାଙ୍କୁ ପୁଲିସ କମିଶନର ପଦବୀରୁ ହୋମଗାର୍ଡ ଡିଜିକୁ ବଦଳି କରାଯାଇଛି। ହେଲେ ବଦଳିର କାରଣ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଯାହା କହିଛନ୍ତି ତାର ସତ୍ୟ ନୁହେଁ । ଏଥିପାଇଁ ତାଙ୍କ ବଦଳି ଉପରେ ରୋକ୍ ଲଗାଯିବା ଦରକାର। ସେହିପରି ଅନୀଲ ଦେଶମୁଖଙ୍କ ଘରେ ଥିବା ସିସିଟିଭି ଫୁଟେଜକୁ ଜବତ କରିବାକୁ ସେ ଦାବି କରିଛନ୍ତି। ନହେଲେ ସେ ଲଗାଇଥିବା ପ୍ରମାଣ ନଷ୍ଟ ହୋଇଯିବ ବୋଲି କହିଛନ୍ତି। ପରମବୀର ସିଂହଙ୍କ ପାଇଁ ମୁକୁଲ ରୋହତଗୀ କୋର୍ଟରେ ପକ୍ଷ ରଖିଥିଲେ।